୬ ମାସ ପରେ ଜେଲରୁ ବାହାରିଲେ ଆପ୍ ନେତା ସଂଜୟ ସିଂହ – Kalinga News
[ad_1]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ୍ ନେତା ସଂଜୟ ସିଂହ ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଛନ୍ତି। ଗେଟ୍ ନମ୍ବର ୩ ଦେଇ ସଂଜୟ ସିଂହ ଜେଲରୁ ମୁକୁଳିଛନ୍ତି। ଜେଲରୁ ମୁକୁଳିବାପରେ ସଂଜୟ ସିଂହଙ୍କୁ ଅନେକ ସଂଖ୍ୟାରେ ଆପ୍ କର୍ମୀ ଜେଲ୍ ପରିସର ବାହାରେ ରହି ସ୍ବାଗତ କରିଥିଲେ। ଆପ୍ ସାଂସଦଙ୍କ ବେକରେ ଫୁଲମାଳ ପକାଇ ଏବଂ ଢ଼ୋଲ ବଜାଇ ସ୍ବାଗତ କରାଯାଇଥିଲା। ସେମାନଙ୍କ ଉପରେ ଜେଲ୍ ବାହାରେ ଫୁଲ ପାଖୁଡ଼ା ପକାଯାଇଥିଲା। ଜେଲରୁ ମୁକୁଳିବାପରେ ସଂଜୟ ସିଂହ ଏକ ଧଳା ପାଇଜାମା –କୁର୍ତ୍ତା ଏବଂ ଏକ ନେହରୁ ଜାକେଟ ପିନ୍ଧି ଏକ କାର ଉପରେ ବସି ଆପ୍ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି । ଜେଲରୁ ମୁକୁଳିବାପରେ ସଂଜୟ ସିଂହ କହିଛନ୍ତି, ଏହା ହେଉଛି ସଂଘର୍ଷର ସମୟ। ଆମ ଦଳର ସବୁଠାରୁ ବଡ଼ ନେତା ତଥା ଅରବିନ୍ଦ କେଜ୍ରିୱାଲ, ମନୀଷ ସିେସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ରଖାଯାଇଛି। ତେବେ ମୋର ଦୃଢ଼ ବିଶ୍ବାସ ଅଛି ଯେ ଗୋଟିଏ ଦିନ ଲକଅପ୍ ଭଙ୍ଗାଯିବ ଏବଂ ସେମାନେ ବାହାରକୁ ଚାଲି ଆସିବେ। ଏବେ ସଂଘର୍ଷର ସମୟ ବୋଲି ସେ କହିଛନ୍ତି। ପତ୍ନୀ ଅନିତା ସିଂହ ଏବଂ ଝିଅ ସହ ସଂଜୟ ସିଂହ ପ୍ରଥମେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଭେଟିବେ।
[ad_2]