ସାଉଦିରେ ଜ୍ବାଇଁଙ୍କ ଦ୍ବାରା ନିର୍ଯାତିତ ଝିଅକୁ ଉଦ୍ଧାର କରିବାପାଇଁ ଜୟଶଙ୍କରଙ୍କ ସହଯୋଗ ଲୋଡ଼ିଲେ ତେଲେଙ୍ଗାନା ମହିଳା – Kalinga News

[ad_1]
ନୂଆଦିଲ୍ଲୀ : ତେଲେଙ୍ଗାନାର ରଙ୍ଗରେଡ୍ଡି ଜିଲ୍ଲାର ଜଣେ ମହିଳା ସାଉଦି ଆରବରେ ଫସିଥିବା ତାଙ୍କ ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ ମହିଳାଙ୍କ ନାଁ ସବେରା ବେଗମ୍। ତାଙ୍କ ଝିଅ ସବା ବେଗମ ଏବଂ ତାଙ୍କର ୩ ପିଲା ସାଉଦି ଆରବରେ ରହୁଛନ୍ତି। ସବେରା ବେଗମଙ୍କ ଅଭିଯୋଗ ଅନୁଯାୟୀ ସବା ବେଗମଙ୍କ ସ୍ବାମୀ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି। ସବା ବେଗମ ବାଂଲାଦେଶର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତା ନାଁ ଅଲି ହୁସେନ ଅଜିଜ ଉଲ ରହମା୍ନ। ମକ୍କାରେ ସେ ଡ୍ରାଇଭର ଭାବେ କାମ କରୁଥିଲା। ତେବେ ଯୌତୁକ ପାଇଁ ସେ ସବାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ଏକ ଘରେ ବନ୍ଦୀ କରି ରଖିଥିବା ସବେରା ଅଭିଯୋଗ କରିଛନ୍ତି। ସବା ବେଗମଙ୍କ ପରେ ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କୁ ମଧ୍ୟ ନିର୍ଯାତନା ଦେଇଛନ୍ତି। ସବେରା ବେଗମ ନିଜ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପାଇଁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି।
[ad_2]