ଦେଶ- ବିଦେଶ

ହିନ୍ଦୁମାନେ ମନ୍ଦିର ଭିତରେ କରନ୍ତୁ ନାହିଁ ଏହି ଭୁଲ ଦେଖନ୍ତୁ ଏହି ସବୁ ଭୁଲ ଆପଣଙ୍କ ପାଇଁ ହୋଇପାରେ କେତେ କ୍ଷତିକାର

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ତ ବାବା ଦିବାକର ଦାସ ଙ୍କୁ ଭଲ ଭାବରେ ଜାଣିଥିବେ। ତାଙ୍କର ପ୍ରବଚନ ଖୁବ୍ ହୃଦୟସ୍ପର୍ଶି। ତାଙ୍କ ପ୍ରବଚନ ଶୁଣିଲେ ମନରେ ବହୁତ୍ କିଛି ପରିବର୍ତ୍ତନ ସୃଷ୍ଟି ହେଇଥାଏ। ବାବା ଦିବାକର ଦାସ ଅନେକ ପ୍ରବଚନ ସହିତ ମାଳିକା କଥା ମଧ୍ୟ କହିଛନ୍ତି। ବାବା ଦିବାକର ଦାସ କଳିଗୁଗ ଉପରେ ମଧ୍ୟ ଅନେକ ଗୁଡ଼ିଏ ପ୍ରବଚନ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ବାବା ଦିବାକର ଦାସ ଏହି ଭିଡିଓ ରେ କଣ କହିଛନ୍ତି।
ବାବା ଦିବାକର ଦାସ କହିଛନ୍ତି ମନ୍ଦିରରେ ଏପରି ଭୁଲ ଜମା ରୁ ବି କରନ୍ତୁ ନାହିଁ। ସେହି ଭୁଲ ହେଉଛି – ମନ୍ଦିର ଦିଇଁ ସମ୍ମୁଖରେ କେବେ ଚପଲ ରଖନ୍ତୁ ନାହିଁ। ଆଉ ପାଦ ଭଲ ଭାବରେ ଧୋଇ ଶୁଦ୍ଧ ଭାବରେ ଯାଆନ୍ତୁ। ମନ୍ଦିର ପାହାଚକୁ ପ୍ରଥମେ ଦକ୍ଷିଣ ହସ୍ତରେ ପ୍ରଣାମ କରି ମନ୍ଦିରକୁ ଯାଆନ୍ତୁ। ଆଉ ପ୍ରଥମେ ବାହାନକୁ ସ୍ପର୍ଶ କରି ଆରଧ୍ୟ ପାଖକୁ ଯାନ୍ତୁ।
ମନ୍ଦିର ଦିଅଁ ସମ୍ମୁଖରେ କେବେ ଗୋଡ ଲମ୍ବେଇ କିମ୍ବା ମୁହଁ କରି ସୁଅନ୍ତୁ ନାହିଁ। ଆଉ ଘାଣ୍ଟି ବଜାଇବା ପରେ ପ୍ରଣାମ କରନ୍ତୁ ଆଉ ମନ୍ଦିର ବନ୍ଦ ସମୟରେ କେବେ ଘଣ୍ଟି ବାଜାନ୍ତୁ ନାହିଁ। ଆଉ ସିନ୍ଦୂର ଲଗେଇ କେବେ କାନ୍ଥ ରେ ବୋଳନ୍ତୁ ନାହିଁ। ଯଦି କୌଣସି ବେଲ ପାତ୍ର ଆଉ ତୁଳସୀ ପତ୍ର ପଡିଥିବାର ଦେଖିବେ ତେବେ ତାକୁ ଉଠେଇ ଅନ୍ୟତ୍ର ପକେଇ ଦେବେ।ଯାହା କାହାର ପାଦ ସ୍ପର୍ଶ ରେ ଆସିବ ନାହିଁ।
ଜୋତା ସମ୍ମୁଖରେ ରଖି କେବେ ମନ୍ତ୍ର ପାଠ କରନ୍ତୁ ନାହିଁ। ନାରୀ ମାନେ କେଶ ମୁଖୁଳା କରି ମନ୍ଦିର ଯାଆନ୍ତୁ ନାହିଁ। ଏବଂ ଗୋଟେ ହାତରେ କେବେ ଦିଅଁ ଙ୍କୁ ପ୍ରଣାମ କରିବେ ନାହିଁ। ଏହି ସବୁ ନିୟମ ବାବା ଦିବାକର ଦାସ କହିଛନ୍ତି। ତେଣୁ ପିଲା ମାନଙ୍କୁ ଯଥେଷ୍ଟ ଶିକ୍ଷା ଦିଅନ୍ତୁ, ଆଉ ମନ୍ଦିର ଗଲାବେଳେ ଏହି ନିୟମ ରକ୍ଷା କରନ୍ତୁ। ହିନ୍ଦୁ ହେଇ ଏମିତି ଭୁଲ୍ କେବେବି କରନ୍ତୁ ନାହିଁ। କାହିଁକି ନା ଏହା ଆମର ଧର୍ମ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button