କଂଗ୍ରେସର ୫ ନିର୍ବାଚନ ଗ୍ୟାରେଣ୍ଟିରେ ଶିକ୍ଷିତ ଯୁବକଙ୍କ ପାଇଁ ଚାକିରି ପ୍ରତିଶ୍ରୁତି – Kalinga News

[ad_1]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେରଳର ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବାର କିଛି ଘଣ୍ଟା ପରେ କଂଗ୍ରେସ ଦଳର ୫ଟି ନିର୍ବାଚନ ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ରାହୁଲ କହିଛନ୍ତି, ପ୍ରତି ଭାରତୀୟଙ୍କୁ ଏକ ଉତ୍ତମ ଭବିଷ୍ୟତ ପ୍ରଦାନ କରିବା କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଦେଶର ପ୍ରତି ଯୁବକ, ମହିଳା, ଚାଷୀ, ଶ୍ରମିକଙ୍କୁ କଂଗ୍ରେସ ଦଳ ସଶକ୍ତ କରିବ ବୋଲି ସେ କହିଛନ୍ତି। କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ହେଉଛି ପ୍ରତି ଶିକ୍ଷିତ ଯୁବକଙ୍କକୁ ସେମାନଙ୍କ ପ୍ରଥମ ଚାକିରିରେ ୧ ଲକ୍ଷ ଦରମା ସୁନିଶ୍ଚିତ କରାଯାଉଛି। ପ୍ରତି ପରିବାରରେ ଜଣେ ମହିଳାଙ୍କୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଋଣ ଛାଡ଼ କରାଯିବ ଏବଂ ସ୍ବାମୀନାଥନ କମିସନ ଫର୍ମୁଲା ଅନୁଯାୟୀ ଏମଏସପିକୁ ଆଇନଗତ ସ୍ବିକୃତୀ ମିଳିବ। ଶ୍ରମିକଙ୍କୁ ପ୍ରତିଦିନ ୪୦୦ ଟଙ୍କା ମିଳିବ। ସାମାଜିକ ଏବଂ ଅର୍ଥନୈତିକ ସମାନତା ପାଇଁ ପ୍ରତି ବ୍ୟକ୍ତି ଏବଂ ପ୍ରତି ସମ୍ପ୍ରଦାୟକୁ ଜାତୀୟ ସ୍ତରରେ ଜନଗଣନା ଅନୁଯାୟୀ ଗଣନା କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଆଜି ପ୍ରାର୍ଥିପତ୍ର ଦାଖଲ କରିବାପରେ କହିଛନ୍ତି, ଲୋକସଭା ନିର୍ବାଚନ ହେଉଛି ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ ପାଇଁ ଏକ ଲଢ଼େଇ।
[ad_2]