ତୃତୀୟ ବିବାହ ପରେ ବି ଏହି ଅଭିନେତ୍ରୀଙ୍କ ସହ ଫ୍ଲର୍ଟ କରୁଛନ୍ତି ଶୋଏବ ! – Kalinga News

[ad_1]
ଇସଲାମାବାଦ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଗତ କିଛି ମାସ ହେବ ବିବାଦରେ ରହିଛନ୍ତି। ଜାନୁଆରି ୨୦୨୪ରେ, ଶୋଏବ ତାଙ୍କର ତୃତୀୟ ବିବାହର ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ | ସାନିଆ ମିର୍ଜାଙ୍କଠାରୁ ଛାଡପତ୍ର ପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ଥର ବିବାହ କରିଥିଲେ। ତୃତୀୟ ଥର ବିବାହ କରିଥିବାରୁ ଶୋଏବଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ପୁଣି ଥରେ କ୍ରିକେଟର ଲାଇମଲାଇଟକୁ ଆସିଛନ୍ତି। ତୃତୀୟ ବିବାହ ପରେ ମଧ୍ୟ ଶୋଏବ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଫ୍ଲର୍ଟ କରିଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ପାକିସ୍ତାନୀ ଅଭିନେତ୍ରୀ ନବଲ ସଇଦ ରମଜାନର ଏକ ସୋ’ରେ ବିଶେଷ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟରେ, ହୋଷ୍ଟ ତାଙ୍କୁ ପଚାରିଥିଲେ ଯେ, ଅଭିନେତାମାନେ ତାଙ୍କ ସହ ଫ୍ଲର୍ଟ କରନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଥିଲେ ଯେ, ଅଭିନେତାମାନେ ନୁହନ୍ତି, କ୍ରିକେଟରମାନେ ମେସେଜ କରି ଫ୍ଲର୍ଟ କରନ୍ତି। ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା କ୍ରିକେଟରମାନେ ଏଭଳି ମେସେଜ କଲେ ମୋତେ ଭଲ ଲାଭେନି। ଏହା ଶୁଣି ହୋଷ୍ଟ କ୍ରିକେଟରଜଣକ ଶୋଏବ ମଲିକ୍ କି ବୋଲି ପ୍ରଶ୍ନ କରିବାରୁ ନବଲ ହସିଦେଇ ଚୁପ ହୋଇଯାଇଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟା ଦେଖି ଏବେ ସମସ୍ତେ ଶୋଏବଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ଶୋଏବ ହିଁ ନବଲଙ୍କ ସହ ମେସେଜ କରି ଫ୍ଲର୍ଟ କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।
[ad_2]