ମନୋରଞ୍ଜନ

୮୭ ବର୍ଷରେ ଆଖି ବୁଜିଲେ ରାମୋଜୀ ରାଓ, ରବିବାର ଅନ୍ତିମ ସଂସ୍କାର – Kalinga News

[ad_1]

ହାଇଦ୍ରାବାଦ: ରାମୋଜୀ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।

ରାମୋଜି ରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜୁନ୍ ୫ରେ ଖରାପ ହୋଇଥିଲା। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଚ୍ଚ ରକ୍ତଚାପ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।  ଏହା ସହିତ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା।  ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖିଥିଲେ ।  ତାଙ୍କର ଚିକିତ୍ସା କରାଯାଉଥିଲା।

ରାମୋଜି ରାଓଙ୍କର କିଛି ବର୍ଷ ପୂର୍ବେ କର୍କଟ ହୋଇଥିଲା।  ସେ ଏହାର ଚିକିତ୍ସା କରି ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ ।

ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିବା ରାଓଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।

ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେଲେଙ୍ଗାନା ବିଜେପି ମୁଖ୍ୟ ତଥା ଦଳର ସାଂସଦ ଜି କିଶନ ରେଡ୍ଡୀ ରାମୋଜି ରାଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ସେ ଏକ୍ସ ପୋଷ୍ଟରେ କହିଛନ୍ତି, ରାମୋଜି ରାଓ ଗାରୁଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତେଲୁଗୁ ଗଣମାଧ୍ୟମ ଏବଂ ସାମ୍ବାଦିକତା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରଶଂସନୀୟ। ତାଙ୍କ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button