ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା – Kalinga News

[ad_1]
ହାଇଦ୍ରାବାଦ: ସପ୍ତାହେ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ରହିଥିବା ଜଣାପଡ଼ିଛି। ସଲମାନଙ୍କ ଘର ସାମ୍ନାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଏହି ଗୁଳିକାଣ୍ଡ ଘଟଣା ପଛରେ କାହାର ହାତ ଅଛି କି ଉଦ୍ଦେଶ୍ୟ ରଖି ଏ ଘଟଣା ଘଟାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଏଥିସହିତ ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା ।
ଏହି କ୍ରମରେ ଖବର ଆସିଛି କି କ୍ରାଇବବ୍ରାଞ୍ଚ ପୁଲିସ ଲରେନ୍ସ ବିଷ୍ଣୌଇଙ୍କୁ ଅଭିଯୁକ୍ତ ଭାବେ ଧରିଛି। ଲରେନ୍ସଙ୍କ ସହିତ ତାର ଭାଇ ଅନମୋଲ ବିଷ୍ଣୌଇଙ୍କୁ କ୍ରାଇମବ୍ରାଞ୍ଚ ପଳତକ ତାଲିକାରେ ସାମିଲ କରିଛି।
ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ କହିଛି, ଏଯାବତ ଲରେନ୍ସ ବିଷ୍ଣୌଇ ବିରୋଧରେ ଯେଉଁ ପ୍ରମାଣ ଓ ସାକ୍ଷୀ ମିଳିଛି ସେଇ ଆଧାରରେ ବିଷ୍ଣୌଇ ଭାଇକୁ ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ କୁହାଯାଉଛି।
[ad_2]




