ମନୋରଞ୍ଜନ

ଫ୍ଲପ ହିରୋ ହୋଇ ବି ଏତେ କୋଟିର ମାଲିକ ଉଦୟ ଚୋପ୍ରା – Kalinga News

[ad_1]

ମୁମ୍ବାଇ: ଦୀର୍ଘ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ନେପୋଟିଜିମ’କୁ ନେଇ ବିତର୍କ ଚାଲିଛି। ‘ନେପୋଟିଜିମ’ ପାଇଁ ବଲିଉଡରେ ବଡ଼ ବଡ଼ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାଙ୍କ ପିଲାମାନେ ବଲିଉଡରେ ସହଜରେ ପ୍ରବେଶ କରୁଥିବା ବେଳେ ସାଧାରଣ ଯୁବକ-ଯୁବତୀଙ୍କୁ ସୁଯୋଗ ମିଳୁନଥିବାର ଆରୋପ ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଲାଗି ଆସିଛି। ହେଲେ ବଲିଉଡରେ ବଡ଼ ବଡ଼ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାଙ୍କ ପିଲା ହୋଇବି ସମସ୍ତେ ସଫଳ ହୁଅନ୍ତି ନାହିଁ। ଏହା ବଲିଉଡ ଅଭିନେତା ଉଦୟ ଚୋପ୍ରାଙ୍କ କ୍ଷେତ୍ରରେ ପ୍ରମାଣ ହୋଇଛି।

ବିଶିଷ୍ଟ ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦେଶକ ୟଶ୍‌ ଚୋପ୍ରାଙ୍କ ପୁଅ ହୋଇ ବି ସେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିନଥିଲେ। ତାଙ୍କୁ ଶେଷ ଥର ପାଇଁ ଧୁମ୍-୩ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ୫୧ବର୍ଷରେ ପାଦ ଦେଇଥିବା ବେଳେ ଫିଲ୍ମଠାରୁ ଦୂରେଇ ରହିଛନ୍ତି। ହେଲେ ଲଗାତାର ଫ୍ଲପ ଫିଲ୍ମ ଦେଇ ବି ଉଦୟ ଏବେ ବିଳସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଯଦି ତାଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୪୦କୋଟି ଟଙ୍କାର ମାଲିକ ଅଟନ୍ତି। ଏହା ସହ ସେ ପ୍ରତିବର୍ଷ ୫କୋଟି ଟଙ୍କା ଆୟ କରନ୍ତି।

ଆପଣ ଭାବୁଥିବେ କୌଣସି କାମ ନକରି ସେ ଏତେ ଟଙ୍କା କିଭଳି ଆୟ କରୁଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ‌ଯେ, ଉଦୟ ଫିଲ୍ମରେ କାମ ନକଲେ ବି ସେ ଏବେ ନିଜ ବାପାଙ୍କ କମ୍ପାନିରେ କାମ କରୁଛନ୍ତି। ସେ ଏବେ ୟାଶ ରାଜ୍ ଫିଲ୍ମସ‌ର ସିଇଓ ଭାବେ କାମ କରୁଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button