କଣ୍ଟାମାଳ ବିଜେଡିରେ କନ୍ଦଳ ତେଜିଲା: ମହୀଧରଙ୍କ ପ୍ରାର୍ଥିତ୍ବ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି – Kalinga News

[ad_1]
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ତୃତୀୟଥର ପାଇଁ ବିଜେଡି ଟିକେଟ ଦେଇଥିବା ବେଳେ ଏହାକୁ ନେଇ ଦଳରେ କନ୍ଦଳ ତେଜିବାରେ ଲାଗିଛି। ମହୀଧରଙ୍କ ପ୍ରାର୍ଥିତ୍ବକୁ ବିରୋଧକରି ସୋମବାର ଦିନ କଣ୍ଟାମାଳ ନିକଟ ବନ୍ଧପାଲିଠାରେ ଅସନ୍ତୁଷ୍ଟ ବିଜେଡି କର୍ମୀମାନଙ୍କର ଏକ ସମାବେଶ ହୋଇଥିଲା। ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାବେଶରେ ଉପସ୍ଥିତ ନେତା ଓ କର୍ମୀ ବିଧାୟକଙ୍କ ବିରୋଧରେ ନିଜର ଅସନ୍ତୋଷ ଝାଡ଼ିଥିଲେ। ଦଳୀୟ କର୍ମୀଙ୍କୁ ଉପେକ୍ଷା କରି ଦଳଡିଆଁ ନେତାଙ୍କୁ ପ୍ରାଧାନ୍ୟ ଦେଉଥିବା, ସେମାନଙ୍କୁ ବଡ଼ ବଡ଼ ପଦବିରେ ବସାଇବା ସହିତ ତାଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ନେଇ ସମାବେଶରେ ଅଭିଯୋଗ ବାଢ଼ିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
୬ ମାସ ପୂର୍ବେ ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହଜାର ହଜାର ଅସନ୍ତୁଷ୍ଟ ବିଜେଡି କର୍ମୀ ସମବେତ ହୋଇ ‘ମହୀଧର ହଟାଅ, କଣ୍ଟାମାଳ ବଞ୍ଚାଅ’ ନାରା ଦେଇ ବିଧାୟକଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ବ୍ୟାପକ ବିରୋଧ ସତ୍ତ୍ୱେ ତାଙ୍କୁ କିଭଳି ପ୍ରାର୍ଥୀ କରାଗଲା ବୋଲି କହି ଶ୍ରୀ ରଥ କ୍ଷୋଭ ପ୍ରକାଶ କରିଥିଲେ। ଦଳର ସୁପ୍ରିମୋ ଏହା ଉପରେ ପୁନର୍ବିଚାର କରି ପ୍ରାର୍ଥୀ ବଦଳାଇବାକୁ ଦାବି କରିଥିଲେ। ନଚେତ୍ ଉକ୍ତ ସମାବେଶରେ ଉପସ୍ଥିତ ବିଜେଡି ନେତା ଓ କର୍ମୀ ଦଳରୁ ସମୂହ ଇସ୍ତଫା ଦେବେ ବୋଲି
ସେ ଚେତାବନୀ ଦେଇଥିଲେ।
[ad_2]