ଖେଳ ଖବର

ଧୋନିଙ୍କ ନୂଆ ଟ୍ବେଣ୍ଟି-୨୦ ମାଇଲ୍‌ଖୁଣ୍ଟ – Kalinga News

[ad_1]

ବିଶାଖାପାଟଣା: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି ରବିବାର ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧୋନି ୧୬ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୩୭* ରନ୍‌ ସଂଗ୍ରହ କରିଥିଲେ। ‌ସିଏସ୍‌କେ ମ୍ୟାଚ୍‌ରେ ପରାଜିତ ହୋଇଥିଲେ ମଧ୍ୟ ଧୋନିଙ୍କ ବ୍ୟାଟିଂ ଦେଖିବାକୁ ପ୍ରଶଂସକମାନେ ଆଗ୍ରହର ସହିତ ଅପେକ୍ଷା କରିଥିଲେ। ଧୋନି ମଧ୍ୟ ପ୍ରଶଂସକଙ୍କୁ ନିରାଶ ନକରି ୨୩୧.୨୫ ଷ୍ଟ୍ରାଇକ୍‌ରେଟ୍‌ରେ ଦ୍ରୁତ ରନ୍‌ ସଂଗ୍ରହ କରିବା ସହ ଶେ‌ଷ ଓଭରରେ ଆନରିକ ନର୍ଖିୟାଙ୍କୁ ୨୦ ରନ୍‌ ମାରିଥିଲେ। ଏହାଫଳରେ ୱିକେଟ୍‌ରକ୍ଷକ ଭାବେ ଧୋନିଙ୍କ ଟ୍ବେଣ୍ଟି-୨୦ ରନ୍‌ ୭୦୩୬ରେ ପହଞ୍ଚିଛି। ତେବେ ମୋଟ୍‌ ଉପରେ ଧୋନି ୩୮୦ ଟ୍ବେଣ୍ଟି-୨୦ରୁ ୭୩୦୮ ରନ୍‌ ସଂଗ୍ରହ କରିଛନ୍ତି। ୱିକେଟ୍‌ରକ୍ଷକ ଭାବେ ସର୍ବାଧିକ ରନ୍‌ କରିବାରେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍‌ (୮୫୭୮) ଆଗରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button