ବିଜେପିକୁ ଫେରିପାରନ୍ତି ଦିଲୀପ: ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ଆଲୋଚନା – Kalinga News

[ad_1]
ରାଉରକେଲା: ବିଜେପି-ବିଜେଡ଼ି ମେଣ୍ଟ ନ ହେବାପରେ ରାଉରକେଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଗୁରୁତ୍ବ ବେଶ୍ ବଢ଼ିଯାଇଛି। ଗୋଟିଏପଟେ ବିଜେପି ଓ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟୀ ହେବା ତାଙ୍କ ଉପରେ ନିର୍ଭର କରୁଥିବା ବେଳେ ଅନ୍ୟପଟେ ସେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଦିଲ୍ଲୀପ ରାଉରକେଲା ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ ଜୋର୍ଦାର୍ ପ୍ରଚାର କରିଥିଲେ। ହେଲେ କେଉଁ ଦଳରୁ ସେ ପ୍ରାର୍ଥୀ ହେବେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲା। ସେତେବେଳ ଠିକ୍ ସମୟରେ ନିଷ୍ପତ୍ତି ନେବେ ବୋଲି ଦିଲୀପ କୁଆଡ଼େ ତାଙ୍କ ସମର୍ଥକଙ୍କୁ କହିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ, ହୋଲି ଅବସରରେ ଦିଲୀପ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଦିଲ୍ଲୀରେ ଡେରା ପକାଇଛନ୍ତି। ସେଠାରେ ବିଜେପିର କିଛି ତୁଙ୍ଗନେତାଙ୍କୁ ସେ ଭେଟିଛନ୍ତି। ରାଉରକେଲା ବିଧାନସଭାକ୍ଷେତ୍ର ସହ ରାଜ୍ୟ ରାଜନୀତି ପ୍ରସଙ୍ଗରେ କିଛି ନେତାଙ୍କ ସହ ରୁଦ୍ଧଦ୍ବାର ଆଲୋଚନା କରିଥିବା ଜଣାପଡ଼ିଛି। ଏହିଭଳି ଏକ ସ୍ଥିତିରେ ଦିଲୀପ ପୁଣିଥରେ ବିଜେପିକୁ ଫେରୁଥିବା ନେଇ ତାଙ୍କ ସମର୍ଥକ କହୁଛନ୍ତି। ଆହୁରି ମଧ୍ୟ କହୁଛନ୍ତି ଯେ ସେ ରାଉରକେଲା କିମ୍ବା ପଶ୍ଚିମ ଓଡ଼ିଶାର କୌଣସି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି। ମାତ୍ର, ଏ ସମ୍ପର୍କରେ ଦିଲୀପ କୌଣସି ମତାମତ ପ୍ରଦାନ କରିବାକୁ ମନା କରିଦେଇଛନ୍ତି।
[ad_2]