ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା, ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ ଟିକେଟ୍ – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର (ଏପ୍ରିଲ ୧୪) ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ କଂଗ୍ରେସ ୩ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ ଟିକେଟ୍ ଦେଇଛି। କହ୍ନେୟା କୁମାର ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ତିୱାରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଦିଲ୍ଲୀର ୩ଟି, ପଞ୍ଜାବର ୬ଟି ଏବଂ ଉତ୍ତରପ୍ରଦେଶର ଗୋଟିଏ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ପ୍ରାର୍ଥୀମାନେ ହେଲେ ଚାନ୍ଦନୀଚୌକରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ। କଂଗ୍ରେସ ପଞ୍ଜାବର ପଟିଆଲାରୁ ଧରମବୀର ଗାନ୍ଧୀ, ସଙ୍ଗରୁରରୁ ସୁଖପାଲ ସିଂହ ଖଇରା, ଅମୃତସରରୁ ଗୁରଜିତ୍ ଓଜଲା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚାନ୍ନିଙ୍କୁ ଜଳନ୍ଧରରୁ ଏବଂ ଉଜ୍ୱଲ ରେବତୀ ରମଣ ସିଂହଙ୍କୁ ଆହ୍ଲାବାଦରୁ ପ୍ରାର୍ଥୀ କରିଛି। ପଞ୍ଜାବର ଅମୃତସରରୁ ଗୁରଜିତ୍ ସିଂହ ଓଜଲା, ଫତେଗଡ଼ ସାହିବରୁ ଅମର ସିଂହ, ଭଟିଣ୍ଡାରୁ ଜିତ୍ ମୋହିନ୍ଦର ସିଂହ ସିଦ୍ଧୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆହ୍ଲାବାଦ ଲୋକସଭା ଆସନରୁ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଉଜ୍ଜ୍ୱଳ ରମଣ ସିଂହଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତାଙ୍କ ମୁକାବିଲା ବିଜେପିର ନୀରଜ ତ୍ରିପାଠୀଙ୍କ ସହ ହେବ ।
[ad_2]