ଅଯୋଧ୍ୟାରେ ପହଞ୍ଚିଥିବା ରାମ ଚରଣ ଫ୍ୟାନ୍ସଙ୍କ ଉପହାର ଦେଖି କାନ୍ଦି ପକାଇଲେ – Kalinga News

[ad_1]
ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ବଛବଛା ବ୍ୟକ୍ତିଙ୍କ ମଧ୍ୟରୁ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ମଧ୍ୟ ସାମିଲ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିମନ୍ତ୍ରଣ କରାଯାଇଥିବା ବ୍ୟକ୍ତି ଅଯୋଧ୍ୟାରେ ପହଞ୍ଚି ରାମଲଲ୍ଲାଙ୍କ ଦର୍ଶନ କରି ଖୁସି ହୋଇ ପୁଣି ନିଜନିଜ ଘରକୁ ଫେରି ଆସୁଛନ୍ତି। ତେବେ ନିମନ୍ତ୍ରଣ ରକ୍ଷା କରି ଅଯୋଧ୍ୟାରେ ପହଞ୍ଚିଥିବା ରାମ ଚରଣଙ୍କୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ। ରାମଙ୍କୁ ଦେଖି ଫ୍ୟାନ୍ସମାନେ ଅଭିନେତାଙ୍କୁ ବିଭିନ୍ନ ପ୍ରକାର ଉପହାର ଭେଟି ଦେଇଥିଲେ। ଏଥିମଧ୍ୟରୁ ଏମିତି ଏକ ଉପହାର ଥିଲା ଯାହାକୁ ଦେଖି ରାମ ଚରଣ ଭାବବିହ୍ବଳ ହୋଇପଡ଼ିଥିଲେ।
ଫ୍ୟାନ୍ସ ରାମ ଚରଣଙ୍କୁ ଭେଟି ଶ୍ରୀରାମଙ୍କ ସହିତ ତାଙ୍କର ଏକ ଫଟୋ ଭେଟି ଦେଇଥିଲେ। ଫଟୋରେ ଆରଆରଆରର ରାମାରାଜୁର ଭୂମିକାରେ ରାମ ଚରଣ ବାମ ହାତରେ ଧନୁ ନେଇ ଛିଡ଼ା ହୋଇଥିବା ବେଳେ ପଛରେ ତାଙ୍କର ଶ୍ରୀରାମଙ୍କ ଫଟୋ ରହିଥିଲା। ଏହି ଫଟୋକୁ ଦେଖିବା କ୍ଷଣି ରାମ ଚରଣ ଭାବୁକ ହୋଇପଡ଼ିଥିଲେ। ଫ୍ୟାନ୍ସଙ୍କ ଠାରୁ ଏହି ଉପହାର ପାଇ ଚୁମ୍ବନ ଦେଇ ଫଟୋରେ ଥିବା ଶ୍ରୀରାମଙ୍କୁ ପ୍ରଣାମ ଜଣାଇଥିଲେ। ଏହି ସମୟରେ ରାମଙ୍କ ଆଖିରେ ଲୁହ ଭରି ଯାଇଥିଲା। ସେ ନିଜ ଲୁହକୁ ଅଟକାଇ ପାରି ନଥିଲେ।
[ad_2]




