ମନୋରଞ୍ଜନ

ଅନନ୍ତଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ନାଚିବାରୁ ଟ୍ରୋଲ କରୁଥିଲେ ଲୋକେ, କଡ଼ା ଜବାବ ଦେଲେ ଆମୀର – Kalinga News

[ad_1]

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ବଲିଉଡର ଅନେକ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆମୀର, ସଲମାନ ଓ ଶାହରୁଖ ଖାନଙ୍କୁ ମଞ୍ଚ ଉପରେ ଏକା ସାଙ୍ଗରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। ୩ଜଣ ‘ନାଟୁ ନାଟୁ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ଲେ‌ାକେ ୩ଜଣକୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏବେ ଆମୀର ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ଜଣେ ଟ୍ରୋଲ କରି ଲେଖିଥିଲେ ଯେ, ଆପଣ ନିଜ ଝିଅ ବିବାହରେ ନାଚିନଥିଲେ ହେଲେ ଅନନ୍ତଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ନାଚିଲେ କାହିଁକି? ଉତ୍ତରରେ ଆମୀର କହିଥିଲେ ଯେ, ମୁଁ ମୋ ଝିଅ ବିବାହରେ ନାଚିଥିଲି ଏବଂ ଅନନ୍ତଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ବି ନାଚିଛି। କାରଣ ମୁକେଶ ମୋର ଭଲ ବନ୍ଧୁ। ସେ ମୋର ପରିବାର ଭଳି। ମୁକେଶ, ନୀତା ଓ ପିଲାମାନେ ମୋ ପାଇଁ ପରିବାର ଭଳି। ମୁଁ ବି ସେମାନଙ୍କ ବିବାହରେ ନାଚେ ଓ ସେମାନେ ବି ମୋ ଘରେ କାହାର ବିବାହ ହେଲେ ଆସି ଖୁସିରେ ସାମିଲ ହୁଅନ୍ତି ଏବଂ ନାଚନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button