ହେମଦସ୍ତାରେ ଛେଚି ସ୍ତ୍ରୀର ଜୀବନ ନେଲା ସ୍ବାମୀ – Kalinga News

[ad_1]
ଗୋପ: ପୁରୀ ଜିଲ୍ଲା ଗୋପ ଥାନାରେ ଏକ ହତ୍ୟାକାଣ୍ଡ ଘଟିଛି। ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତର ଦୁର୍ଗାପୁର ଗାଁରେ ଲୋମଟାଙ୍କୁରା ଘଟଣା ଘଟିଛି। ଏଠାରେ ଜଣେ ଲୋକ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ହେଲେ ଦେବରାଜ ସାହୁ(୩୮)।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଦେବରାଜ ସାହୁ(୩୮) ତାଙ୍କ ସ୍ତ୍ରୀ କଳ୍ପନା ସାହୁଙ୍କର ଜଣେ ଯୁବକଙ୍କ ସହ ପରକୀୟ ସଂପର୍କକୁ ନେଇ ଅତିଷ୍ଠ ହୋଇଥିଲେ। ଗତକାଲ ରାତିରେ ଉକ୍ତ ଯୁବକ ସହ କଳ୍ପନାଙ୍କୁ ଅସଂଯତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଥିଲେ। ତାପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଦେବରାଜ ହେବଦସ୍ତାରେ ସ୍ତ୍ରୀ କଳ୍ପନାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ କଳ୍ପନାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସକାଳେ ଏକଥା ଜାଣି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତ ଦେବରାଜ ସାହୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
[ad_2]