ଅପରାଧ

ସାନଭାଇକୁ ଡାକ୍ତର କରିବା ପାଇଁ ନିଟ ପରୀକ୍ଷା ଦେବା ବଡ଼ଭାଇକୁ ମହଙ୍ଗା ପଡ଼ିଲା – Kalinga News

[ad_1]

ନୂଆଦିଲ୍ଲୀ: ବିହାର-ଝାଡ଼ଖଣ୍ଡ ସମେତ ରାଜସ୍ଥାନରେ ମେଡିକାଲ କଲେଜର ପ୍ରବେଶ ପରୀକ୍ଷା ନିଟ ଦେଉଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ବାଡମେରରେ ମେଡିକାଲ କଲେଜରେ ଏମବିବିଏସ ପାଠପଢ଼ୁଥିବା ଜଣେ ଛାତ୍ର ସାନଭାଇ ସ୍ଥାନରେ ପରୀକ୍ଷା ଦେଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ବାଡମେର ଜିଲ୍ଲା ମୁଖ୍ୟାଳୟରେ ୮ଟି ପରୀକ୍ଷା କେନ୍ଦ୍ରରେ ନିଟ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିମଧ୍ୟରୁ ଗୋଟିଏ ଅନ୍ତରି ଦେବୀ ସ୍କୁଲ ଥିଲା। ଏହିସରକାରୀ ସ୍କୁଲରେ ନକଲି ପରୀକ୍ଷାର୍ଥୀ ଭାରୀରଥ ନିଜ ସାନଭାଇ ଗୋପାଳ ରାମଙ୍କ ଆଡମିଟ କାର୍ଡରେ ପରୀକ୍ଷା ଦେଉଥିଲେ।

ଭାଗିରଥୀଙ୍କ ହାବଭାବ ଦେଖି ସନ୍ଦେହ ହେବାରୁ ପରୀକ୍ଷା କେନ୍ଦ୍ରର ପରିଚାଳକ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଗିରଥୀଙ୍କୁ ଗିରଫ କରିବା ପରେ ସାନଭାଇଙ୍କୁ ବି ଗିରଫ କରି ଥାନାକୁ ନେଇଥିଲା। ସେଠାରେ ପୁଲିସ ଦୁଇଭାଇଙ୍କୁ ଜେରା କରି ତଦନ୍ତ ଆରମ୍ଭ କରିଛି। ଦୁଇଭାଇ ନିଜ ଦୋଷ ସ୍ବୀକାର ବି କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଭାଗୀରଥ ରାମ ଯୋଧପୁର ମେଡିକାଲ କଲେଜର ଏମବିବିଏସର ପ୍ରଥମବର୍ଷର ଛାତ୍ର। ସେ ଅନେକଥର ନିଟ ପରୀକ୍ଷା ଦେଇଛନ୍ତି। ଗତବର୍ଷ ୨୦୨୩ରେ ଭାଗୀରଥଙ୍କ ନିଟରେ ଚୟନ ହୋଇଥିଲା। ତେଣୁ ସେ ସାନଭାଇକୁ ବି ଡାକ୍ତର କରିବାକୁ ଚାହୁଁଥିଲେ। ଭାଇ କାଳେ ନିଟ ପରୀକ୍ଷା ଦେଲେ ସଫଳ ହେବ ନାହିଁ ସେଥିପାଇଁ ସେ ଗୋପାଳ ରାମ ବଦଳରେ ନିଟ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button