ଚଳିତ ଲୋକସଭା ନିର୍ବାଚନ ସମୟରେ ୧୧୦୦କୋଟି ନଗଦ ଟଙ୍କା ଏବଂ ଅଳଙ୍କାର ହୋଇଛି ଜବତ – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏହି କ୍ରମରେ ଖବର ମିଳିଛି କି ୨୦୨୪ ନିର୍ବାଚନ ସମୟରେ ଆୟକର ବିଭାଗ ବିପୁଳ ପରିମାଣରେ ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କାର ମୂଲ୍ୟ ୧୦୦ କୋଟିରୁ ଅଧିକ ମୂଲ୍ୟର ରହିଥିବା କୁହାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ବର୍ତ୍ତମାନର ଲୋକସଭା ନିର୍ବାଚନ ସମୟରେ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧୦୦କୋଟି ନଗଦ ଟଙ୍କା ଏବଂ ଅଳଙ୍କାର ଜବତ କରିଛି। ଏହି ଅପରେସନ୍ ଜାରି ରହିଥିବାରୁ ଏହି ଜବତ ଟଙ୍କା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।
୨୦୧୯ ଲୋକସଭା ନିର୍ବାଚନରେ ୩୯୦ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଏବଂ ଅଳଙ୍କାର ଜବତ କରାଯାଇଥିଲା। ଚଳିତ ଲୋକସଭା ନିର୍ବାଚନରେ ବେଆଇନ ନଗଦ ଟଙ୍କା ଏବଂ ଅଳଙ୍କାର ଜବତ ମାମଲା ୨୦୧୯ ମସିହା ତୁଳନାରେ ୧୮୨ପ୍ରତିଶତ ବୃଦ୍ଧି ପାଇଛି।
ସୂଚନାନୁସାରେ, ଅଧିକାଂଶ ଜବତ ମାମଲା ଦିଲ୍ଲୀ ଏବଂ କର୍ଣ୍ଣାଟକରୁ ସାମ୍ନାକୁ ଆସିଛି। ପ୍ରତ୍ୟେକ ରାଜ୍ୟରେ ୨୦୦କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଏବଂ ଅଳଙ୍କାର ଜବତ କରାଯାଇଛି। ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଅଛି। ଯେଉଁଠାରୁ ୧୫୦ କୋଟି ଟଙ୍କା ଜବତ କରାଯାଇଛି।
ତେବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାରୁ ନିର୍ବାଚନ ସମୟରେ ୧୦୦ କୋଟିରୁ ଅଧିକ ମୂଲ୍ୟର ନଗଦ ଏବଂ ଅଳଙ୍କାର ସାମୂହିକ ଭାବେ ଜବତ କରାଯାଇଛି।
[ad_2]