ଅପରାଧ

ଶ୍ରୀରାମଙ୍କୁ ମାଂସାହାରୀ କହିବା ପରେ କ୍ଷମା ମାଗି ବିଧାୟକ ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ । ନେତାଙ୍କ ଏଭଳି ମନ୍ତବ୍ୟ ପରେ  ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି।

ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ ।

ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ କହିଥିଲେ ଯେ, ‘ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ ଶିକାର କରୁଥିଲେ ଆଉ ଖାଉଥି‌ଲେ  ମଧ୍ୟ । ହେଲେ ଏଠି କିଛି ବ୍ୟକ୍ତି ପ୍ରଭୁ ରାମଙ୍କ ଉଦାହରଣ ଦେଇ ଲୋକଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି ହେଲେ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ – ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?

ସେ ବନରେ ଶିକାର କରି ଖାଉଥିଲେ। ବାଲ୍ମିକୀ ରାମାୟଣରେ ଅନେକ କାଣ୍ଡ ଅଛି। ଏଥିରେ ଅଯୋଧ୍ୟା କାଣ୍ଡ ବି ଅଛି। ‌ଶ୍ଳୋକ ନମ୍ବର ୧୦୨ରେ ଏବିଷୟରେ ଉଲ୍ଲେଖ ରହିଛି। ମୁଁ କୌଣସି କଥାକୁ ଭୁଲ କୁହେ ନାହିଁ। ଯାହା ଜାଣିଥ‌ାଏ ତାହା ହିଁ କହିଥାଏ।’

ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ଏ ଭଳି ମନ୍ତବ୍ୟ ଦେବା ପରେ ଲୋକେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏହାରି ଭିତରେ ଜିତେନ୍ଦ୍ର ଆହ୍ୱାଡ୍ କ୍ଷମା ମାଗିଛନ୍ତି। କ୍ଷମା ମାଗି ଜିତେନ୍ଦ୍ର କହିଛନ୍ତି, ‘ ଶ୍ରୀରାମଙ୍କୁ ମାଂସାହାରୀ କହିବା ପଛରେ ମୋର ମନ୍ଦ ଉଦ୍ଦେଶ୍ୟ କିଛି ନଥିଲା। ଯଦି ମୋର ଏଭଳି ମନ୍ତବ୍ୟ କାହାକୁ ଦୁଃଖ ପହଞ୍ଚାଇଛି ସେଥିପାଇଁ ମୁଁ ଦୁଃଖୀତ। ମୋତେ କ୍ଷମା କରିଦେବେ। ସମୟସମୟରେ ଭୁଲ ହୋଇଯାଇଥାଏ। ମୋ ଦ୍ବାରା ବି ଭୁଲ ହୋଇଯାଇଛି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button