କାମ ଆଳରେ ଠକେଇ: ବିଳାସପୁରର ଯୁବକ କୁଆରମୁଣ୍ଡାରୁ ଉଦ୍ଧାର, ଦଲାଲ ଥାନାରେ ଅଟକ – Kalinga News

[ad_1]
ରାଉରକେଲା: କାମଦେବା ଆଳରେ ବିଳାସପୁରର ଜଣେ ଯୁବକଙ୍କୁ ଠକି ଅଟକ ରଖିବା ଛତିଶଗଡ଼ର ଜଣେ ଦଲାଲକୁ ମହଙ୍ଗା ପଡ଼ିଛି। କୁଆରମୁଣ୍ଡା ଫାଣ୍ଡି ପୁଲିସ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଦଲାଲ ଶୁଭଙ୍କରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। କେବଳ ବିଳାସପୁର ନୁହେଁ ଦଲାଲ ଜଣକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବକମାନଙ୍କୁ ଅର୍ଥ ରୋଜଗାର ଲୋଭ ଦେଖାଇ ଏମିତି ଠକିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ ବିଳାସପୁର ନିକଟ ମସ୍ତୁରିର ଅଜୟ ଖୁଣ୍ଟେଙ୍କ ଭାଇ ବିଜୟଙ୍କୁ ଜଣେ ଅଜଣା ଯୁବକ (ଶୁଭଙ୍କର)ର କଲ୍ ଆସିଥିଲା। ସମ୍ପର୍କୀୟ ପରିଚୟ ଦେଇ କଥା ହୋଇଥିଲା। ନିଜକୁ ରାଉରକେଲାର ଏକ କମ୍ପାନି କର୍ମଚାରୀ ବୋଲି କହିଥିଲା। ସୁପରଭାଇଜର କାମ ପାଇଁ ପଦବି ଖାଲି ପଡ଼ିଛି। ଯଦି ଘରେ କେହି ବେକାର ଯୁବକ ଅଛନ୍ତି, ସେମାନଙ୍କୁ ରାଉରକେଲା ପଠାନ୍ତୁ ବୋଲି କହିଥିଲା। ବିଜୟ ଅଜଣା ଯୁବକଙ୍କ କଥା ରାଜି ହୋଇଯାଇଥିଲେ। ସେ ନିଜ ଭାଇ ଅଜୟ ଖୁଣ୍ଟେଙ୍କୁ ସୁପରଭାଇଜର ପଦରେ ଚାକିରି କରାଇଦେବାକୁ କହିଥିଲେ। ପରେ ଅଜଣା ଯୁବକ ଜଣକ ଆବେଦନ ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ବିଜୟ ଭାଇ ଚାକିରି ପାଇଁ କୌଣସି ସୂତ୍ରରୁ ଯୋଗାଡ଼ କରି ପ୍ରଥମ ପର୍ଯ୍ୟାୟରେ ୬ ହଜାର ୫୦୦ ଟଙ୍କା ଦେଇଥିଲେ। ପରେ ଅଜୟ ହାତରେ ଅବଶିଷ୍ଟ ୧୩ ହଜାର ୫୦୦ ଟଙ୍କା ଦେଇ ରାଉରକେଲାକୁ ପଠାଇଥିଲେ। ଅଜୟ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ଶୁଭଙ୍କର ତାଙ୍କ ପାଖରୁ ୧୩ହଜାର ୫୦୦ ଟଙ୍କା ନେଇଯାଇଥିଲା।
ରାଉରକେଲାର କମ୍ପାନି ପରିବର୍ତ୍ତେ ମାର୍କେଟିଂ ସଂସ୍ଥାରେ କାମ କରାଇବାକୁ କୁଆରମୁଣ୍ଡାକୁ ନେଇଥିଲା। ଡିସେମ୍ବର ୧୦ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଘରକୁ ଅଜୟ କଲ୍ ନ କରିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ପରିବାର ଲୋକ ମଙ୍ଗଳବାର ସକାଳେ ବ୍ରାହ୍ମଣୀତରଙ୍ଗ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ସମସ୍ତ କଥା କହିଥିଲେ। ଥାନା ଅଧିକାରୀ ଅଜୟର ମୋବାଇଲ ଟ୍ରାକିଂ କରିବାରୁ ସେ କୁଆରମୁଣ୍ଡାରେ ଥିବା ଜଣାପଡ଼ିଥିଲା। ପରେ ପରିବାର ଲୋକ କୁଆରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ଫାଣ୍ଡି ଅଧିକାରୀଙ୍କ ନେତୃତ୍ବରେ ଗଠିତ ପୁଲିସ୍ ଟିମ୍ କୁଆରମୁଣ୍ଡା ଅଞ୍ଚଳରୁ ଅଜୟଙ୍କୁ ଉଦ୍ଧାର କରିବା ସହ ଦଲାଲ ଶୁଭଙ୍କରକୁ ଥାନାକୁ ଉଠାଇ ଆଣିଥିଲା।
[ad_2]