କାର ଭିତରେ ବନ୍ଦ କରି ଚାଲିଗଲେ ବାପା ଓ ମା’: ଅଣନିଶ୍ବାସୀ ହୋଇ ଚାଲିଗଲା ନୀରିହ ଶିଶୁର ଜୀବନ – Kalinga News

[ad_1]
ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଦୁଇ ଘଣ୍ଟା ଧରି କାର ଭିତରେ ବନ୍ଦ ହୋଇ ରହିବାରୁ ଜଣେ ତିନି ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଦୁଃଖଦ ଘଟଣା ଗତ ବୁଧବାର ରାତିରେ କୋଟା ଜିଲ୍ଲାର ଖାତୌଲି ଥାନା ଅଞ୍ଚଳର ଜୋରାଭର୍ପୁରା ଗାଁରେ ଘଟିଛି। କୋଟାର ଇନ୍ଦ୍ର କଲୋନିରେ ବସବାସ କରୁଥିବା ପ୍ରଦୀପ ନଗାର ତାଙ୍କ ପତ୍ନୀ ଜ୍ୟୋତି ନଗାର ଏବଂ ଦୁଇ ଝିଅ ଗୌରୀ (୭) ଏବଂ ଗାରଭି (୩)ଙ୍କ ସହ ଏକ ଉତ୍ସବରେ ଯୋଗ ଦେବା ପାଇଁ ଜୋରାଭର୍ପୁରା ଗ୍ରାମକୁ ଯାଇଥିଲେ।
ସମସ୍ତେ କାରରୁ ଓହ୍ଲାଇବା ପରେ ଗାରଭି କାର ଭିତରେ ରହି ଯାଇଥିଲା। ପ୍ରଦୀପ ବ୍ୟସ୍ତତା ଭିତରେ କାର ଭିତରେ ଗାରଭିକୁ ନଦେଖି ତାଲା ପକାଇ ଚାଲି ଯାଇଥିଲେ। ବାପା ଓ ମା’ଙ୍କୁ ଚାଲି ଯାଉଥିବା ଦେଖି ଗାରଭି ବୋଧ ହୁଏ ଡାକ ପକାଇ କହିଥିବ,‘ମା’… ବାପା ମୋତେ ନେଇଯାଆ…।’ କିନ୍ତୁ ନୀରିହ ଶିଶୁର କାନ୍ଦ କାହାରିକୁ ଶୁଭି ନଥିଲା।
ଏହାପରେ ସମସ୍ତେ କାର୍ଯ୍ୟକ୍ରମରେ ବ୍ୟସ୍ତ ହୋଇଯାଇଥିଲେ। ପ୍ରଦୀପ ଏବଂ ଜ୍ୟୋତି ଅଲଗାଅଲଗା ସ୍ଥାନରେ ଥିବାରୁ ମା’ ଭାବିଥିଲେ ଝିଅ ତାର ବାପା ପାଖରେ ଅଛି, ବାପା ଭାବିଥିଲେ ଝିଅ ତାର ମା’ ପାଖାରେ ଥିବ।
ଦୁଇଘଣ୍ଟା ପ୍ରଦୀପ ଓ ଜ୍ୟୋତି ସାମ୍ନାସାମ୍ନୀ ହେବାପରେ ଗାରଭିକୁ ନଦେଖି ଖୋଜିବା ଆରମ୍ଭ କରିଥିଲା। ପ୍ରାୟ ଦଶ ମିନିଟ ଖୋଜାଖୋଜି କରିବା ପରେ ବାପା କାର ନିକଟରେ ପହଞ୍ଚି ଦେଖନ୍ତି ତ ଝିଅ ଗାରଭି ଚେତାଶୂନ୍ୟ ହୋଇ ପଡ଼ିରହିଛି।
ତାକୁ ସଙ୍ଗେସଙ୍ଗେ କାର ଭିତରୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଶିଶୁକୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ମଇ ୨ ତାରିଖରେ ଗାରଭିର ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ୧୨ଦିନ ପରେ ଝିଅର ଏଭଳି ମୃତ୍ୟୁକୁ ବାପା ଓ ମା’ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
[ad_2]