ଦିନେ ସ୍ବାମୀଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଥିଲେ, ଏବେ ସାଥିରେ ରହିବାକୁ ନେଲେ ନିଷ୍ପତ୍ତି – Kalinga News

[ad_1]
ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ନିଜ ପିଲାମାନଙ୍କ ପାଇଁ ପୁଣି ଥରେ ଏକାଠି ହୋଇଛନ୍ତି। ଗତ କିଛି ମାସ ହେବ ନୱାଜ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା। ଆଲିଆ, ନୱାଜଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ। ଟଙ୍କା ଠକି ନେଇଥିବା ସହ ତାଙ୍କ ବିରୋଧରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଆଲିଆ। ହେଲେ ଏବେ ସବୁ ଭୁଲି ଦୁହେଁ ପୁଣି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତକାରରେ ଆଲିଆ ସିଦ୍ଦିକି ପ୍ରକାଶ କରିଛନ୍ତି ଯେ “ଆମେ ଏକାଠି ଏବଂ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛୁ। ନିକଟ ଅତୀତରେ ମୋ ଜୀବନରେ କିଛି ଜିନିଷ ବଦଳି ଯାଇଛି। ମୁଁ ଅନୁଭବ କରିଛି ଯେ ଯଦି ଆମେ ଦୁନିଆ ସହିତ ଖରାପ ଜିନିଷ ସେୟାର କରୁଛେ, ତେବେ ଭଲ ଜିନିଷ ମଧ୍ୟ ସେୟାର କରିବା ଉଚିତ୍ | ମୁଁ ଭାବୁଛି ଯାହା ଭଲ ତାହା ମଧ୍ୟ ଘଟିବା ଉଚିତ୍। ”
ସେ ଆହୁରି କହିଛନ୍ତି ଯେ, “ମୁଁ ଅନୁଭବ କଲି ଯେ, ଜଣେ ତୃତୀୟ ବ୍ୟକ୍ତିଙ୍କ ପାଇଁ ଆମ ସମ୍ପର୍କରେ ସମସ୍ୟା ହେଉଥିଲା। ଭୁଲ ବୁଝାମଣା ହେଉଥିଲା। ହେଲେ ଏବେ ସେହି ଭୁଲ ବୁଝାମଣା ଦୂର ହୋଇଯାଇଛି। ଆମ ପିଲାମାନଙ୍କ ହେତୁ ଆମେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛୁ। ଅଲଗା ହେବା ଏକ ବିକଳ୍ପ ନୁହେଁ। ବର୍ତ୍ତମାନ ପିଲାମାନେ ମଧ୍ୟ ବଡ଼ ହେଉଛନ୍ତି। ଆମ ଭିତରର ଝଗଡ଼ା ପାଇଁ ଆମ ପିଲାମାନେ ଭାଙ୍ଗିପଡ଼ିଥିବା ଦେଖି ଆମେ ଅଲଗା ହେବାର ନିଷ୍ପତ୍ତି ବଦଳାଇଲୁ।”
ତେବେ ଆଲିଆ ସଙ୍ଗୀନ ଅଭିଯୋଗ ଆଣି ଯେଉଁ ସବୁ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ, ତାକୁ ସେ ହଟାଇ ଦେଇଥିବା ଜଣାପଡ଼ିଛି।
[ad_2]