ମନୋରଞ୍ଜନ

ଅଯୋଧ୍ୟାରେ ବିଜେପି ହାରିବାରୁ ଦୁଃଖରେ ଅନୁପମ ଖେର୍, କଲେ ଏଭଳି ପୋଷ୍ଟ – Kalinga News

[ad_1]

ମୁମ୍ବାଇ: ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏଥର ନିର୍ବାଚନରେ ​​ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ୟୁପିରେ ବିଜେପି ଜିତିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ପଛରେ ରହିଯାଇଛି। ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିଥିବା ବେଳେ ପଛରେ ରହିଛି ବିଜେପି। ବିଶେଷ କରି ଅଯୋଧ୍ୟାରେ ବିଜେପିର ପରାଜୟକୁ କେହି ଆଶା କରିନଥିଲେ। ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ବିଜେପି ଏଠାରୁ ଜିତିପାରିନଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଅଯୋଧ୍ୟାରୁ ବିଜୟୀ ହୋଇଛନ୍ତି। ଏଭଳି ନିର୍ବାଚନ ଫଳାଫଳ ଦେଖିବା ପରେ ବଲିଉଡ ଅଭିନେତା ଅନୁପମ ଖେର ମଧ୍ୟ ଚକିତ ହୋଇଯାଇଛନ୍ତି। ଏହା ସହ ସେ ଏକ ପୋଷ୍ଟ ମାଧ୍ୟମରେ ନିଜର ମନ କଥା ସେୟାର କରିଥିବା ଦେଖାଯାଇଛି।

ଅନୁପମ ଖେର ଲେଖିଛନ୍ତି- ‘ବେଳେବେଳେ ମୁଁ ଭାବୁଛି ଯେ ଜଣେ ସଚ୍ଚୋଟ ବ୍ୟକ୍ତି ଅତ୍ୟଧିକ ସଚ୍ଚୋଟ ହେବା ଉଚିତ ନୁହେଁ। ଜଙ୍ଗଲରେ, କେବଳ ସଳଖ ଥିବା ଗଛକୁ ପ୍ରଥମେ କାଟି ଦିଆଯାଏ। ଅଧିକ ସଚ୍ଚୋଟ ବ୍ୟକ୍ତିଙ୍କୁ ହିଁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ସେମାନେ ନିଜର ସଚ୍ଚୋଟତା ଛାଡନ୍ତି ନାହିଁ। ସେଥିପାଇଁ ସେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟନ୍ତି। ଜୟ ହୋ। ‘ ଏହି ପୋଷ୍ଟ ସେୟାର କରି ଅନୁପମ ଖେର କ୍ୟାପସନରେ ଲେଖିଛନ୍ତି, ‘ସତ୍ୟ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button