ଅନ୍ତରଙ୍ଗ ଦୃଶ୍ୟ ପୂର୍ବରୁ ଆଲିଆଙ୍କ ସହ ଆଲୋଚନା କରିଥିଲେ ରଣବୀର – Kalinga News
[ad_1]
ମୁମ୍ବାଇ: ‘ଆନିମଲ୍’ ଫିଲ୍ମ ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ରହିଛି ସେଥିରେ ଥିବା ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ଅନ୍ତରଙ୍ଗ ଦୃଶ୍ୟ। ଲୋକଙ୍କୁ ରଣବୀର ଓ ତୃପ୍ତିଙ୍କ ‘କେମେଷ୍ଟ୍ରି’ ଖୁବ୍ ଆକର୍ଷିତ କରିଛି। ଏହି ଦୃଶ୍ୟ ପରେ ଅଭିନେତ୍ରୀ ତୃପ୍ତି ରାତାରାତି ‘ନ୍ୟାସ୍ନାଲ୍ କ୍ରସ୍’ ବନିଯାଇଛନ୍ତି। ତେବେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ରଣବୀରଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଏପରି ଦୃଶ୍ୟ କରିବାର ଦେଖିବା ପରେ କିପରି ଥିଲା ପତ୍ନୀ ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା। ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ବି ଅନୁମାନ ଲଗାଇଥିଲେ ଯେ ଏହି ଦୃଶ୍ୟ ପରେ ରଣବୀର ନିଶ୍ଚୟ ଆଲିଆଙ୍କଠାରୁ ଗାଳି ଶୁଣିଥିବେ। ହେଲେ ସେପରି ଆଦୌ ବି ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ରଣବୀର ଏକ ସାକ୍ଷାତ୍କାରରେ ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି। ରଣବୀର କହିଛନ୍ତି ଯେ ସିନେମାରେ ଏପରି ଏକ ଦୃଶ୍ୟ କରିବା ପୂର୍ବରୁ ସେ ଖୁବ୍ ଭୟଭୀତ ଥିଲେ। ଏପରିକି ଦୃଶ୍ୟ କରିବା ନେଇ ସେ ତାଙ୍କ ପତ୍ନୀଙ୍କ ସହ ଆଲୋଚନା ବି କରିଥିଲେ। ସିନେମାର ଆବଶ୍ୟକତା ଥିବାରୁ ସ୍ବାମୀଙ୍କର ଏପରି ଏକ ଦୃଶ୍ୟ କରିବା ନେଇ ସାମାନ୍ୟ ବି ଆପତ୍ତି କରିନଥିଲେ ଆଲିଆ। ରଣବୀରଙ୍କ କହିବାନୁସାରେ, ବରଂ ଆଲିଆ ତାଙ୍କୁ ଯଥେଷ୍ଟ ସମର୍ଥନ ଦେଇଥିଲେ। ପତ୍ନୀଙ୍କ ବିଷୟରେ କହୁ କହୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଆଲିଆଙ୍କ ଉତ୍ତମ ବୁଝାମଣାକୁ ପ୍ରଶଂସା କରିବାକୁ ତିଳେ ବି ପଛାଇ ନଥିଲେ ରଣବୀର।
[ad_2]