ଅପରାଧ

ପୁଲିସ କବଜାରେ ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରି – Kalinga News

[ad_1]

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରିକୁ କମିସନରେଟ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ୨୧ଟି ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ, ପୂର୍ବରୁ ବି ତାକୁ  ୫ ଥର ଗିରଫ କରାଯାଇଥିବା ନେଇ ପୁଲିସ କମିସନର ସୂଚନା ଦେଇଛନ୍ତି। ଅଭିଯୁକ୍ତ ପର୍ଶୁରାମ ଗିରି ନିକଟରୁ ୨୧ ଲକ୍ଷ ଟଙ୍କା, ୭୦୦ଗ୍ରାମ୍‌ ସୁନା, ୭ କିଲୋ ରୂପା ସହ ବାଇକ ଓ ମୋବାଇଲ ଫୋନ୍‌ ଜବତ ହୋଇଛି।

ପର୍ଶୁରାମ ଗିରିର ଘର ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସେ ୨୦୦୬ରେ ସ୍ତ୍ରୀକୁ ହତ୍ୟା କରି ଗିରଫ ହୋଇଥିଲା। ୨୦୧୩ରୁ ‌ସେ ଚୋରି ଧନ୍ଦାରେ ପଶିଥିଲା। ଚୋରି ଟଙ୍କାରେଗାଁରେ ଘର କରିଛି। ଏହାଛଡ଼ା ରାଜ୍ୟ ବାହାରେ ବି ସେ ମଉଜ କରୁଥିଲା। ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟରେ ଯାଉଥିଲା। ତାଜ୍ ଭଳି ବଡ଼ ହୋଟେଲରେ ରହୁଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button