ଅପରାଧ

ମୋ ଭାଇ ଦେଇଥିବା ବିବୃତିକୁ ଭିନ୍ନ ମୋଡ଼ ଦିଆଯାଉଛି – Kalinga News

[ad_1]

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ହେଉଥିବାବେଳେ ରାହୁଲ ଗାନ୍ଧି ଯୁକ୍ତିତର୍କ ଆରମ୍ଭ କରି ସମ୍ବିଧାନ ବାହାନାରେ ମୋଦୀ ସରକାରଙ୍କୁ ଆକ୍ଷେପ କରିଥି‌ଲେ।

ରାହୁଲ ସମ୍ବିଧାନର କପି ଧରି ତାଙ୍କ ଭାଷଣର ଆରମ୍ଭ କରିଥିଲେ। ରାହୁଲ କହିଥିଲେ,‘ ମୋଦୀଜି ଆପଣ ଭାଷଣରେ ଗୋଟିଏ ଦିନ କହିଥିଲେ ହିନ୍ଦୁସ୍ତାନ କେବେ କାହା ଉପରେ ଆକ୍ରମଣ କରିନାହିଁ। ଏହାର କାରଣ ହେଉଛି ହିନ୍ଦୁସ୍ତାନ ଅହିଂସାର ଦେଶ।

ହିନ୍ଦୁସ୍ତାନ କାହାକୁ ଭୟ କ‌ରେ ନାହିଁ।। ଆମର ମହାପୁରଷମାନେ ଏହି ସନ୍ଦେଶ ଦେଇଛନ୍ତ କି, ‘ଭୟ କରନାହିଁ କି କାହାକୁ ଭୟଭୀତ କରନାହିଁ। ଯେଉଁ ଲୋକମାନେ ନିଜକୁ ନିଜ ହିନ୍ଦୁ ବୋଲି କହନ୍ତି ସେମାନେ ୨୪ ଘଣ୍ଟା ହିଂସା.. ହିଂସା..ହିଂସା…ହିଁ କରିଥାଆନ୍ତି। ଆପଣ ହିନ୍ଦୁ ହିଁ ନୁହନ୍ତି। ହିନ୍ଦୁ ଧର୍ମରେ ସ୍ପଷ୍ଟ ଭାବେ ଲେଖାହୋଇଛି ସତ୍ୟର ସାତ ଦେବା ଉଚିତ।’

ରାହୁଲ ଦେଇଥିବା ବିବୃତିକୁ ପ୍ରଧାନମନ୍ତ୍ରୀ ସହି ପାରି ନଥିଲେ। ସେ ରାହୁଲ ଗାନ୍ଧିଙ୍କୁ ବାଧା ଦେଇ କହିଥିଲେ ଯେ ଆପଣ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ ବୋଲି କହିଛନ୍ତି। ଏହାପରେ ଅମିତ ଶାହା ମଧ୍ୟ ତୀବ୍ର ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ ବୋଲି କହିଥିଲେ।

ରାହୁଲଙ୍କ ଏହି ବିବୃତି ପରେ ବିବାଦ ଦେଖା ଦେଇଛି। ଏହି ଘଟଣା ପରେ ‌ସଂସଦ ବାହାରକୁ ଯେତେବେଳେ ଭଉଣୀ ପ୍ରିୟଙ୍କା ଆସିଥିଲେ ତାଙ୍କୁ ଭାଇ ଦେଇଥିବା ବିବୃତି ବିଷୟରେ ପଚାର ଯାଇଥିଲା।

ଏହି ସମୟରେ ଭଉଣୀ ରାହୁଲଙ୍କୁ ବଞ୍ଚାଇବାକୁ ଯାଇ କହିଥିଲେ, ‘ରାହୁଲ ଗାନ୍ଧି ଯାହା କହିଛନ୍ତି ତାହା ବିଜେପି ପାଇଁ କହିଛନ୍ତି। ସେ ସେସବୁ ହିନ୍ଦୁ ସମାଜ ପାଇଁ ଆଦୌ କହି ନାହାନ୍ତି। ତାଙ୍କ କଥାକୁ ଭିନ୍ନ ମୋଡ଼ ଦିଆଯାଉଛି।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button