ଅପରାଧ

ନୋଇଡ଼ା: ସପିଂ ମଲ୍ ନିକଟରେ ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ; ୩ ସନ୍ଦିଗ୍ଧ ଗିରଫ – Kalinga News

[ad_1]

ନ‌ୋଇଡ଼ା: ନୋଇଡ଼ାର ଏକ ସପିଂ ମଲ୍ ନିକଟରେ ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କୁ ପାଞ୍ଚ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ସ୍ଥାନୀୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି ବୋଲି ପୁଲିସ୍‌ ସୂଚନା ଦେଇଛି।

ପୁଲିସ୍‌ କହିବା ମୁତାବକ, ଏହି ଗଣଦୁଷ୍କର୍ମ ନିକଟ ଅତୀତରେ ଘଟିଥିଲେ ବି ଉଚିତ୍‌ ସମୟରେ ଅଭିଯୋଗ କରାଯାଇନାହିଁ। ତେବେ ଯେଉଁମାନେ ଏଥିରେ ସାମିଲ୍‌ ଅଛନ୍ତି ସେମାନେ ଜଣେ ଜଣେ ଶକ୍ତିଶାଳୀ ବ୍ୟକ୍ତି ବୋଲି ପୁଲିସ୍‌ ବିବୃତିରେ କହିଛି।

ପ୍ରକାଶ ଥାଉକି, ଅଭିଯୁକ୍ତମାନେ ପ୍ରଥମେ ଦୁଷ୍କର୍ମ କରିଥିଲେ। ସେତେବେ‌ଳେ କିନ୍ତୁ ପୀଡ଼ିତା ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନଥିଲେ। ହେଲେ ସେମାନେ ପୁଣି ଥରେ ବ୍ଲାକମେଲ କରିବା ଏବଂ ହଇରାଣ ହେବା ପରେ ସେ ଡିସେମ୍ବର ୩୦ ତରିଖରେ ପୀଡ଼ିତା ଓ ପରିବାର ପୁଲିସ୍‌ ନିକଟର ପହଞ୍ଚିଥିଲେ।

ଡିସେମ୍ବର ୩୦ରେ ସେକ୍ଟର ୩୯ ପଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଯାହାର ତଦନ୍ତ କରାଯାଇଥିଲା ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି।

ମୁଖପାତ୍ର କହିଛନ୍ତି ଯେ “ଗିରଫ ହୋଇଥିବା ବ୍ୟକ୍ତି ରାଜକୁମାର, ଆଜାଦ ଏବଂ ବିକାଶ ବୋଲି ଜଣାପଡିଛି। ରବି ଏବଂ ମେହମି ନାମକ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।” ଗିରଫ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button