ସିସୋଦିଆଙ୍କ ପରି ତାଙ୍କ ସହ ବି ପୁଲିସ୍ ଦୁର୍ବ୍ୟବହାର କରୁଛି ବୋଲି ଅଭିଯୋଗ ଆଣିଲେ କେଜ୍ରିୱାଲ୍ – Kalinga News

[ad_1]
ନୂଆଦିଲ୍ଳୀ: ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରି ଆସିଷ୍ଟାଣ୍ଟ ପୁଲିସ କମିସନର (ଏସିପି) ଏ.କେ ସିଂଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇବାକୁ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ କେଜ୍ରିୱାଲ ମଦ ନୀତି ମାମଲାର ଶୁଣାଣି ପାଇଁ ହାଜର ହେବା ସମୟରେ ପୁଲିସ୍ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।
ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ କେଜ୍ରିୱାଲ୍ ଦାବି କରିଛନ୍ତି ଯେ ଏକେ ସିଂହ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। କୋର୍ଟ ପରିସରରେ ଏବଂ ଆଖପାଖରେ କଡ଼ା ସୁରକ୍ଷା ମଧ୍ୟରେ କେଜ୍ରିୱାଲଙ୍କୁ ରାତି ପ୍ରାୟ ୨ଟା ସମୟରେ କୋର୍ଟରେ ହାଜର କରାଯାଇଥିଲା। ୫୫ ବର୍ଷୀୟ କାର୍ଯ୍ୟକର୍ତ୍ତା-ରାଜନେତା ଗୁରୁବାର ରାତିରେ ଦିଲ୍ଲୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନରୁ ଅର୍ଥ ହେରଫେର୍ ବିରୋଧୀ ଆଇନ ଅନୁଯାୟୀ ଗିରଫ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ପୁଲିସ୍ ଦ୍ବାରା ଏପରି ଦୁର୍ବ୍ୟବହାର ପ୍ରଥମ ଥର ହୋଇନାହିଁ। ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ସମାନ ଘଟଣା ଘଟିଥିଏଲା। ସେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ, ଯିଏକି ମଦ ନୀତି ମାମଲାରେ ମଧ୍ୟ ଗିରଫ ହୋଇଥିଲେ। ସିସୋଦିଆ ବର୍ତ୍ତମାନ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି।
[ad_2]