ଅପରାଧ

ପ୍ରେମିକାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳିଜାଳି ଦେବା ଘଟଣା: ଅଭିଯୁକ୍ତ ପ୍ରେମିକ ଗିରଫ – Kalinga News

[ad_1]

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବଲିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକାକୁ ପ୍ରଥମେ ତଣ୍ଟିଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୁଣି ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। କୋର୍ଟରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ଜେଲକୁ ପଠାଇ ଦିଆ ଯାଇଛି। ଅଭିଯୁକ୍ତ ହେଲା ଲିଙ୍ଗରାଜ ଦେହୁରୀ(୨୪)।

ପୁଲିସ କହିଛି ଗିରଫ ଅଭିଯୁକ୍ତ ଲିଙ୍ଗରାଜ ଦେହୁରୀଙ୍କ ସହିତ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲାଉବହାଲ ଗ୍ରାମର କୁଳମଣି ପଟଣିଆଁଙ୍କ ସାନ ଝିଅ ମନ୍ଦାକିନୀ(୨୪)ଙ୍କ  ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା। ଏହାରି ଭିତରେ ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ବାର୍ତ୍ତା ହେଉଥିବା ନେଇ ଲିଙ୍ଗରାଜ ସନ୍ଦେହ କରୁଥିଲା। ମନ୍ଦାକିନୀ  ଅନ୍ୟ ଜଣେ ଯୁବକ ସହିତ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବା ଲିଙ୍ଗରାଜ ଶୁଣିବାକୁ ପାଇଥିଲା। ତୁ କାହିଁକି ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଛୁ ବୋଲି ମନ୍ଦାକିନୀଙ୍କୁ କହିଥିଲା। ଲିଙ୍ଗରାଜ ଏପରି ପ୍ରଶ୍ନ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ତୀବ୍ର ହୋଇଥିଲା। ଏଥିରେ ଲିଙ୍ଗରାଜ ଉତ୍‌କ୍ଷୀପ୍ତ ହୋଇ ମନ୍ଦାକିନୀଙ୍କୁ ପ୍ରଥମେ ଗାଲରେ ମାଡ଼ ମାରିଥିଲା ଏହାପରେ ଝିଅ ଧରିଥିବା ଓଢ଼ଣୀରେ ତଣ୍ଟିଚିପି ହତ୍ୟା କରିଥିଲା। ପରେ ପ୍ରମାଣ ନଷ୍ଟ କରିବାପାଇଁ ମୃତଦେହକୁ ଏକ ପରିତ୍ୟକ୍ତ ସ୍ଥାନରେ ରଖି ପୁଣି ପେଟ୍ରୋଲ ଢାଳି ଜାଳି ଦେଇଥିଲା।

ପରଦିନ ସକାଳୁ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ମୃତଦେହ ଚିହ୍ନଟ କରିଥିଲା। ମୃତ ଯୁବତୀ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲାଉବାହାଲ ଗ୍ରାମର କୁଳମଣି ପଟନିଆଁଙ୍କ ସାନ ଝିଅ ମନ୍ଦାକିନୀ ପଟନିଆଁ ବୋଲି ଜଣା ପଡିଥିଲା। ପରିବାର ଲୋକ ଖବର ପାଇଁ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ  ଲିଙ୍ଗରାଜକୁ ଅଟକ ରଖିଥିଲା। ତେବେ ବୁଧବାର ଅଭିଯୁକ୍ତ ଲିଙ୍ଗରାଜକୁ ଗିରଫ କରି ହତ୍ୟା କାଣ୍ଡରେ ବ୍ୟବହୃତ ଦୋପଟା, ଦିଆସିଲି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହିତ କୋର୍ଟ ଚାଲାଣ କରିଥିଲା। ଜାମିନ ନାମାଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button