ଅପରାଧ

ରମେଶ୍ୱରମ କ୍ୟାଫେ ବିସ୍ଫୋରଣ: ନିଜର ପରିଚୟ ଲୁଚାଇବାକୁ ବାରମ୍ବାର କପଡ଼ା ବଦଳାଇଥିଲା ଅଭିଯୁକ୍ତ – Kalinga News

[ad_1]

ବେଙ୍ଗାଲୁର: ନିକଟରେ ବେଙ୍ଗାଲୁରୁ ରମେଶ୍ୱରମର ଏକ କ୍ୟାଫେରେ ବିସ୍ଫୋରଣ ଘଟିଥିଲା। ଏବେ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ବିସ୍ଫୋରଣ ଘଟାଇ ନିଜର ପରିଚୟ ଲୁଚାଇବାକୁ ବାରମ୍ବାର କପଡ଼ା ବଦଳାଇଥିଲା। ସିସିଟିଭି ଫୁଟେଜ୍‌ ଦେଖିବା ପରେ ଶୁକ୍ରବାର ତଦନ୍ତକାରୀ ଅଧିକାରୀ ସୂଚନା‌ ଦେଇଛନ୍ତି।

ପୁଲିସ ଗ୍ରହଣ କରିଥିବା ତିନୋଟି ସିସିଟିଭି ଭିଡିଓରେ ସନ୍ଦିଗ୍ଧଙ୍କୁ ତିନୋଟି ଭିନ୍ନ ପୋଷାକରେ ଦେଖିବାକୁ ମିଳିଛଇ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

ପ୍ରଥମ ଭିଡିଓରେ ସନ୍ଦିଗ୍ଧ ବ୍ୟକ୍ତିକୁ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (ଆଇଡି) ରଖିବା ପାଇଁ ମାର୍ଚ ୧ ତାରିଖରେ ପ୍ରାୟ ୧୧.୪୫ ସମୟରେ କ୍ୟାଫେକୁ ଯାଉଥିବାର ଦେଖାଯାଇଥିଲା।  ଏହି ଭିଡିଓରେ ପୁଲିସ ତାଙ୍କୁ ଫୁଲ୍ ସ୍ଲିଭ୍ ସାର୍ଟ ଏବଂ ହାଲୁକା ରଙ୍ଗର ପୋଲୋ କ୍ୟାପ୍, ଚଷମା ଏବଂ ଫେସ୍ ମାସ୍କ ପିନ୍ଧିଥିବାର ଦେଖିଥିଲା।

ଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା। ସିସିଟିଭି ଯାଞ୍ଚ୍‌ କରିବାରୁ ପୁଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧରା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ।

ଶୁକ୍ରବାର ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା। ବୋମାଟି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ। ଏହି ସମୟରେ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦଳ ଏହାର ଯାଞ୍ଚ ପାଇଁ ଶନିବାର ସକାଳେ ବିସ୍ଫୋରଣସ୍ଥଳରେ ପହଞ୍ଚିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button