ଅପରାଧ

ସିଗାରେଟ ପିଇବାକୁ ବାରଣ କରିବାରୁ ବନ କର୍ମଚାରୀଙ୍କୁ କାମୁଡ଼ି‌ କ୍ଷତାକ୍ତ କ‌ଲେ ତିନିଜଣ ସାଙ୍ଗ – Kalinga News

[ad_1]

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ମୌରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ଯୁବକ ଓ ଜଣେ ଯୁବତୀ ମିଶି ଭୋଜି କରିବାକୁ ଜଙ୍ଗଲକୁ ଯାଇ ସିଗାରେଟ ଟାଣୁ ଥିଲେ।  ତିନିଜଣ ସାଙ୍ଗଙ୍କୁ ସିଗାରେଟ ପିଇବାକୁ ମନା କରିବାରୁ ସେମାନେ ବନ କର୍ମଚାରୀଙ୍କୁ କାମୁଡ଼ି କ୍ଷତାକ୍ତ କରିଥି‌ଲେ। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ  ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗିଥିବାର ବିଶେଷ ସୂତ୍ରରୁ ବନକର୍ମଚାରୀ ବିକାଶଙ୍କୁ ଖବର ମିଳିଥିଲା। ତେଣୁ ସେ ସଙ୍ଗେସଙ୍ଗେ ସାଇକେଲ ନେଇ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ। ସେଠାରେ ପହଞ୍ଚିଲା ପରେ ବିକାଶ ଦୁଇଜଣ ଯୁବକଙ୍କ ସମେତ ଜଣେ ଯୁବତୀ ମିଶି ଭୋଜି କରୁଥିବା ସହିତ ସିଗାରେଟ ଟାଣୁଥି‌ବା ଦେଖିବାକୁ ପାଇଥି‌ଲେ। ଏହା ଦେଖି ବିକାଶ ସେମାନଙ୍କୁ ସିଗାରେଟ ଟାଣିବାକୁ ବାରଣ କରିଥିଲେ।

ଏଥିରେ ରାଗି ଯାଇ ତିନିଜଣ ସାଙ୍ଗ ବନ କର୍ମଚାରୀଙ୍କୁ ନିସ୍ତୁକମାଡ଼ ମାରିବା ସହିତ ତାଙ୍କୁ କାମୁଡ଼ି କ୍ଷତାକ୍ତ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ବନକର୍ମଚାରୀ  ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କ ଗାଡ଼ି ନମ୍ବର ୟୁପି ୩୨ ଏଚଇ ୦୨୮୩କୁ ନୋଟ କରି ନେଇଥିଲେ।

ଏହାପରେ ବିକାଶ ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଞ୍ଚି ଘଟଣା ବିଷୟ‌ରେ ପୁଲିସକୁ ଜଣାଇବା ସହିତ ତିନିଜଣଙ୍କ ବିରୋଧରେ ଗୁଣ୍ଡବା ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗକୁ କେନ୍ଦ୍ରକରି ପୁଲିସ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ୩୨୩, ୩୨୪ରେ ମାମଲା ରୁଜୁ କରି ସ୍କୁଟି ନମ୍ବରକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button