ରାଜନୀତି

ରାହୁଲ-କେଜ୍ରିୱାଲ-ଅଖିଳେଶଙ୍କ ବିରୋଧରେ ମାମଲା ରୁଜୁ, ଶୀଘ୍ର କୋର୍ଟ ଚାଲାଣ କରିବାକୁ ପିଟିସନ୍ ଦାଖଲ – Kalinga News

[ad_1]

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ହିନ୍ଦୁ ସେନା ପକ୍ଷରୁ ଏହି ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଛି। ଏସବୁ ନେତାଙ୍କ ସାର୍ବଜନୀକ ବିବୃତ୍ତି ଉପରେ ଆଧାର କରି ଏହି ଆବେଦନ କରାଯାଇଛି।

ଏହି ଆବେଦନରେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ରାହୁଲ, କେଜ୍ରିୱାଲ ଏବଂ ଅଖିଳେଶଙ୍କ ବିରୋଧରେ ସେମାନେ ଭାରତର ଭାବମୂର୍ତ୍ତି ତଥା ବିଶ୍ବାସନୀୟତାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ବିବୃତ୍ତି ଦେଇଥିବା ଆଧାରରେ ଅଭିଯୋଗ ଦାଖଲ ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ସେମାନଙ୍କର ମିଥ୍ୟା ଏବଂ ବିଭ୍ରାନ୍ତିକର ମନ୍ତବ୍ୟକୁ ଯାଞ୍ଚ୍ କରି ସେମାନଙ୍କୁ କୋର୍ଟ ଚାଲାଣ କରିବାକୁ ନିର୍ଦ୍ଦେଶ ଦେବାକୁ ଏକ ଦାବି କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ ଏହି ନେତାମାନେ ସର୍ବସାଧାରଣ ଭାଷଣ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତିକର ବିବୃତ୍ତି ଦେଇଛନ୍ତି ଯେଉଁଥିରେ କୁହାଯାଇଛି ଯେ ଭାରତ ସରକାର ୨-୩ ଜଣ ବଡ ଶିଳ୍ପପତିଙ୍କ ୧୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଛନ୍ତି।

ବୁଧବାର ଦିଲ୍ଲୀ ହାଇକୋର୍ଟ ହିନ୍ଦୁ ସେନାର ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବେ। ଆବେଦନରେ କୁହାଯାଇଛି ଯେ ନିଜର ଏଜେଣ୍ଡା ଅନୁଯାୟୀ ତଥ୍ୟକୁ ବିକୃତ କରି କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ବିଷୟରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଭୁଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି। ପିଟିସନରେ କୁହାଯାଇଛି ଆରବିଆଇ ଅନୁଯାୟୀ, ଋଣ ଛାଡ଼ ରିହାତି ସହିତ ସମାନ ନୁହେଁ, କିନ୍ତୁ ନେତାଙ୍କ ଦ୍ୱାରା ଋଣ ଛାଡ଼କୁ ରିହାତି ରୂପେ ଦର୍ଶାଯାଇଥିଲା ଜନସାଧାରଣଙ୍କ ମଧ୍ୟରେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯିବା ଭଳି ଉଦ୍ୟମ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button