ଅପରାଧ

ଘର ଲୋକ ପ୍ରସ୍ତାବକୁ ସ୍ବୀକାର ନକରିବାରୁ ହସିହସି କୀଟନାଶକ ପିଇଲେ ପ୍ରେମୀଯୁଗଳ – Kalinga News

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏକ ପ୍ରେମୀଯୁଗଳ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଦୁହିଁଙ୍କୁ ସ୍ଥାନୀୟଲୋକେ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଆତ୍ମହତ୍ୟା ଉଦ୍ୟମ କରିଥିବା  ଯୁବକ ଓ ଯୁବତୀଙ୍କ ନାମରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ବୈତୁଲ ଜିଲ୍ଲାର ଆବରିୟା ଗ୍ରାମରେ ବସବାସ କରୁଥିବା ପ୍ରଦୀପ ଚାବ‌ଡେ(୨୫) ଓ ନର୍ମଦାପୁରମ ଜିଲ୍ଲାର ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁହେଁ ଘରେ ବିବାହ ପାଇଁ କହିଥିଲେ କିନ୍ତୁ ପରିବାରଲୋକ ରାଜି ନହେବାରୁ ପ୍ରଦୀପ ତାଙ୍କ ନାବାଳିକା ପ୍ରେମିକାଙ୍କୁ ଧରି ଘରୁ ଫେରାର ହୋଇ ଯାଇଥିଲେ।

ଫେରାର ହେବା ପରେ ଦୁହେଁ ଏକ ଚାଷ ଜିମରେ ଯାଇ ବସିଥିଲେ। ସେଠାରେ ପଡ଼ିଥିବା ଏକ କୀଟନାଶକ ଔଷଧ ପାଇ ଦୁହେଁ ପିଇ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ କୀଟନାଶକ ପିଇବା ପୂର୍ବରୁ ଦୁହେଁ ଖୁବ ହସିଥିଲେ ମଜା କରିଥିଲେ। ଭିଡିଓ କରି ଘରଲୋକଙ୍କୁ ପଠାଇଥିଲେ।

ତେବେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଯୁବକ-ଯୁବତୀଙ୍କୁ ଅଚେତ ଅବସ୍ଥାରେ ପାଇ ୧୦୦ନମ୍ବର ଡାଏଲ କରି ପୁଲିସକୁ ଖବର ଦେଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ‌ଡାକ୍ତର ଦୁହିଁଙ୍କ ଚିକିତ୍ସା ଜାରି ରଖିଛନ୍ତି। ସୁସ୍ଥ ହେଲାପରେ ପ୍ରେମୀଯୁଗଳଙ୍କ ବୟାନ ରେକର୍ଡ କଲା ପରେ ଆଗାମୀ ଯାଞ୍ଚ ହେବ ବୋଲି ପୁଲିସ ସୂଚନା ଦେଇଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button