ସ୍ତ୍ରୀକୁ ମାରି ଶବ ସହିତ ୩ ଦିନ ଘରେ ପଶି ରହିଲେ ସ୍ବାମୀ – Kalinga News

[ad_1]
ଗାଜିଆବାଦ: ଫେବ୍ରୁଆରି ୨୭ ତାରିଖ ଦିନ ସ୍ତ୍ରୀକୁ ହତ୍ୟା କରି ଏକବଖରିଆ ଘରେ ତା’ର ଶବ ସହିତ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ କବାଟ କୀଳି ପଶିଥିବା ଜଣେ ୫୫ ବର୍ଷିୟ ସେଲ୍ସ୍ମ୍ୟାନ୍ଙ୍କୁ ଶନିବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସ୍ତ୍ରୀର ଶବ ସେମିତି ବିଛଣାରେ ପଡ଼ି ରହିଥିଲା। ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଘରୁ ଦୁର୍ଗନ୍ଧ ବାହାରୁଥିଲା। ବିଛଣାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦେଖି ପଡ଼ୋଶୀମାନେ ପୁଲିସକୁ ଖବର ଦେଲେ।
ପୁଲିସ କହିଛି, ଆମ୍ବେଦକର ନଗରସ୍ଥିତ ଘରେ କୌଣସି କଥା ନେଇ ଯୁକ୍ତିତର୍କ କରିବା ପରେ ୫୫ ବର୍ଷିୟ ସେଲ୍ସ୍ମ୍ୟାନ୍ ଭରତ ୫୧ ବର୍ଷୀୟା ସୁନୀତାଙ୍କୁ ତଣ୍ଟିଚିପି ମାରିପକାଇଲେ। ସ୍ତ୍ରୀ’କୁ ହତ୍ୟା କରିବା ପରେ ଭରତ ଘର ଭିତରେ ୩/୪ ଦିନ ରହିଥିବା ପରି ମନେହେଉଛି। କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ସେ ଶୁକ୍ରବାର ଦିନ ଘରୁ ବାହାରିଥିଲେ। ଶନିବାର ଦିନ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ବାସିନ୍ଦାମାନେ ସୁନୀତାଙ୍କର ମୃତ୍ୟୁ ଘଟିଥିବା କଥା ଜାଣିବାକୁ ପାଇଲେ। ତା’ଛଡ଼ା, ସୁନୀତାଙ୍କୁ ହତ୍ୟା କରିଛି ବୋଲି କହିବାକୁ ଭରତ ନିଶାସକ୍ତ ଅବସ୍ଥାରେ ଘରୁ ବାହାରି ଆସିଲେ।
ଅଭିଯୁକ୍ତଙ୍କୁ ଗିରଫ କରିଯିବା ସହିତ ସୁନୀତାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି।
[ad_2]