+୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ କରନ୍ତୁ ନାହିଁ: ଓଡିଶା ପୁଲିସ୍ର ଚେତାବନୀ – Kalinga News

[ad_1]
ଭୁବନେଶ୍ୱର : ହ୍ବାଟସ୍ ଆପ୍ରେ +୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ କଲ ଗ୍ରହଣ ନ କରିବାକୁ ଓଡିଶା ପୁଲିସ୍ ଗୁରୁବାର ଦିନ ମୋବାଇଲ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି। ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ତଥା ପୁଲିସ୍ ଏକ୍ସ-ହ୍ୟାଣ୍ଡେଲରେ ଏନେଇ ପରାମର୍ଶ ଦେଇଛି। ଠକେଇ ହେଉଥିବା ନେଇ ପୁଲିସ୍ ସତର୍କ ସୂଚନା ଜାରି କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଜାଣିବାକୁ ମିଳିଛି ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପୋଲିସ୍ ଅଧିକାରୀଙ୍କ ଛଦ୍ମନାମରେ ଠକେଇର ଖବର ଆସିବା ପରେ ଓଡ଼ିଶା ପୋଲିସ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସତର୍କ କରାଇବାକୁ ନିଷ୍ପତ୍ତି ନେଇଛି।
ସାଇବର ଠକମାନେ ଏହି ନୂତନ କୌଶଳ ଆପଣେଇ ନିଜକୁ ପୋଲିସ୍ ଅଧିକାରୀ ଭାବରେ ପରିଚିତ କରି ମୋବାଇଲ ବ୍ୟବହାରୀଙ୍କ ନିକଟ ସମ୍ପର୍କୀୟଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣି ସାଧାରଣ ଲୋକଙ୍କୁ ପ୍ରତାରଣା କରୁଛନ୍ତି। ତେଣୁ ଓଡ଼ିଶା ପୋଲିସ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ଏବଂ ଏପରି କଲ୍ ଗ୍ରହଣ ନ କରିବା ସହିତ କୌଣସି ସୂଚନା ସେୟାର ନକରିବାକୁ କହିଛି।
ଏହାପୂର୍ବରୁ ଟେଲି ଯୋଗାଯୋଗ ବିଭାଗ, ଯୋଗାଯୋଗ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରି ମୋବାଇଲ୍ ବ୍ୟବହାରକାରୀଙ୍କୁହ୍ବାଟସ୍ ଆପ୍ରେ +୯୨ରୁ ଆରମ୍ଭ ହେଉଥିବା ବିଦେଶୀ ନମ୍ବରରୁ କଲ ନେଇ ସତର୍କ ରହିବାକୁ କହିଥିଲେ।
ଯୋଗାଯୋଗ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏହି ସୂଚନାରେ ମୋବାଇଲ ବ୍ୟବହାରକାରୀମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କହି ଠକମାନେ ମୋବାଇଲ୍ ନମ୍ବର ବିଚ୍ଛିନ୍ନ କରିବାକୁ ଧମକ ଦେଉଥିବା ଘଟଣା ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା।
[ad_2]