ଅପରାଧ

ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ: ୫ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ନାମରେ ୪୮ ମାମଲା – Kalinga News

[ad_1]

ଇନ୍ଫୋସିଟି ପୁଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର: କମିସନରେଟ ପୁଲିସ ଅଧୀନ ଇନ୍‌ଫୋସିଟି ଥାନାକୁ ବଡ଼ ସଫଳତା ମିଳିଛି। ପୁଲିସ ଟିମ୍‌ ହାତରେ ଡକାୟତି ଗ୍ୟାଙ୍ଗ ଧରାପଡ଼ିଛନ୍ତି। ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା। କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା। କଦମ ସହ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ ଓ କେ.ଶିବାଜୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ଲୁହା ରଡ୍‌, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି।

ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ସେମାନଙ୍କୁ ଧରିଲା ପୁଲିସ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ସେମାନେ ଡକାୟତି ଯୋଜନା କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବିଭିନ୍ନ ଚୋରି , ରାହାଜାନୀରେ ଏମାନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି ପୁଲିସ। ଖୁବଶୀଘ୍ର ଏମାନଙ୍କ ନାଁ ରେ ଦଫା ୧୧୦ ରେ କେସ ରୁଜୁ ହେବ ବୋଲି କହିଛନ୍ତି ଜୋନ ଏସିପି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button