ସ୍ୱାସ୍ଥ୍ୟ

ମାତ୍ର 20 ଟଙ୍କାରେ ପାଆନ୍ତୁ ସୁନ୍ଦର ଚେହେରା ଓ ଘନ କେଶ, ଷ୍ଟ୍ରେଚ ମାର୍କ ବି ହେଇଯିବ ଗାୟବ

ବନ୍ଧୁଗଣ ମଣିଷ ଜୀବନରେ ନିଜ ଶରୀରର ଦାୟୀତ୍ଵ ନେବା ପାଇଁ କିଛି ଭିଟାମିନ ରହିଛି ।ସେହିପରି ସବୁ ଭିଟାମିନ ର କିଛି ନା କିଛି ଗୁଣ ରହିଛି ।ଭିଟାମିନ ଇ କ୍ୟାପସୁଲ ଆପଣଙ୍କର ଚୁଟି , ଏବଂ ଚେହେରା ପାଇଁ ବହୁତ ଲାଭଜନକ ହୋଇଥାଏ । ଏହା ର ସଠିକ ଉପଯୋଗ ଦ୍ଵାରା ଏହା ଆପଣଙ୍କ ର ଚୁଟିର କୁଞ୍ଚକୁଞ୍ଚିଆ କୁ ଦୂର କରିଥାଏ , ଫଟା ଓଠ କୁ ମଧ୍ୟ ଠିକ କରିଥାଏ । ଆଖିତଳ ର କଳା ପଣ କୁ ବି ଦୂର କରିଥାଏ । ଏହା ସହିତ ଷ୍ଟ୍ରେଚ ମାର୍କ କୁ ବି ଦୂର କରିଥାଏ । ଏହାଛଡା ଏହାର ଆହୁରି ଅନେକ ଫାଇଦା ରହିଛି।ତେବେ ବନ୍ଧୁଗଣ ଆଜି ଆମେ ଭିଟାମିନ ଇ କ୍ୟାପ୍ସୁଲ ର ଅନେକ ଉପକାରୀତା ବିଷୟ ରେ ଜାଣିବା।ତେବେ ବନ୍ଧୁଗଣ ଆସନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରିବା।

ଆପଣଙ୍କୁ ଭିଟାମିନ ଇ କ୍ୟାପ୍ସୁଲ ବଜାର ରେ ମାତ୍ର ୨୦ ଟଙ୍କା ରେ ମିଳିଯିବ । ପ୍ରଥମେ ଗୋଟିଏ ଭିଟାମିନ ଇ କ୍ୟାପସୁଲ ର ଗୋଲୀ ନିଅନ୍ତୁ । ତାକୁ ଗୋଟେ ସଫା ପିନ ମାଧ୍ୟମରେ କଣା କରି ତାର ସମସ୍ତ ଜେଲ କୁ ଗୋଟେ ଗିନା କୁ ବାହାର କରିଦିଅନ୍ତୁ । ଆପଣ ଯଦି ଚାହିଁବେ ଏହାକୁ ସିଧା ବ୍ୟବହାର କରିପାରିବେ ନହେଲେ ଅଲିଭ ତେଲ ମିଶାଇ ବା ଯେ କୌଣସି ତେଲ ମିଶାଇ ତାକୁ ଆପଣଙ୍କର ଚୁଟି କିମ୍ବା ଚେହେରା ରେ ଲଗେଇପାରିବେ ।

ଭିଟାମିନ ଇ କ୍ୟାପସୁଲ ରେ ଏମିତି ଆଣ୍ଟି ଅକ୍ସଆଇଡ଼ ଥାଏ ଯାହା କି ଆମ ଚୁଟି ଓ ଚେହେରା ପାଇଁ ଲାଭଦାୟକ ହୋଇଥାଏ । ତେଣୁ ଏବେ ପାର୍ଲର ମାନଙ୍କ ରେ ବିଭିନ୍ନ ଉପଚାର ପାଇଁ ଭିଟାମିନ ଇ କୁ ବ୍ୟବହାର କରୁଛନ୍ତି। ପ୍ରଥମେ ଓଠ ପାଇଁ । ଫଟା ଓଠ ହେଉ ଅବା ଓଠ କୁ କୋମଳ ଆଉ ସୁନ୍ଦର କରିବା ପାଇଁ ଏହା ବ୍ୟବହାର ହୋଇଥାଏ । ଆପଣ ଆପଣଙ୍କ ଓଠ କୁ ପ୍ରଥମେ ଧୋଇ ତାପରେ ଏହି ଜେଲ କୁ ଓଠ ରେ ଲଗାନ୍ତୁ । ଆପଣ ଏହା କୁ ସିଧା ଲାଗେଇପାରିବେ ନହଲେ ବାଦାମ ତେଲ ସହ ମିଶେଇ ଲଗେଇ ପାରିବେ । ଏମିତି କରିବା ଦ୍ୱାରା ଆପଣଙ୍କ ଓଠ ସୁନ୍ଦର ଓ କଳା ଥିଲେ ଗୋଲାପୀ ହୋଇଯିବ ।

ଚେହେରା ର ସବୁ ପ୍ରକାର ଅସୁବିଧା କୁ ଏହା ଦୂର କରିଥାଏ । ଯଦି ଆପଣଙ୍କ ର ଚେହେରା ର ଅସୁବିଧା ହେଉଛି ତେବେ ଏହାକୁ ଲଗେଇବା ଦ୍ଵାରା ତାହା ଠିକ ହୋଇଯାଇଥାଏ । ଚେହେରା ରେ ଲଗେଇବା ପାଇଁ ପ୍ରଥମେ ଗୋଟେ ଭିଟାମିନ ଇ କ୍ୟାପସୁଲ ର ଜେଲ ନେଇ ତା ଦେହରେ ମହୁ , ଦହି , ଏବଂ ଲେମ୍ବୁ ର ରସ ମିଶାଇ ମୁଁହ ରେ ଲଗାନ୍ତୁ । ଏହାକୁ ସପ୍ତାହ ରେ ୩ ଥର କରିବାକୁ ପଡିବ । ଆପଣ ଚାହିଁଲେ ଏହାର ଜେଲ କୁ ସବୁଦିନ ମଧ୍ୟ ଲଗାଇପାରିବେ ।

ଲଗେଇବା ପୂର୍ବରୁ କିନ୍ତୁ ମୁଁହ କୁ ଭଲଭାବରେ ଧୋଇଦିଅନ୍ତୁ । ଏହାକୁ ଯଦି ସବୁଦିନ ରାତି ରେ ଶୋଇବା ପୂର୍ବରୁ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଜନକ ହେବ । ଆଖିପାଇଁ ଯଦି ଆଖି ତଳ କଳା ଦାଗ ପାଇଁ କିମ୍ବା କୁଞ୍ଚିକୁଞ୍ଚିଆ ପଣ କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଆପଣ ଆପଣଙ୍କର ଲୋସନ ସହ ମିଶେଇ ଆଖି ତଳେ ମାଲିସ କରନ୍ତୁ ।ଚୁଟି ର ସବୁ ପ୍ରକାର ଅସୁବିଧା ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ । ଯଦି ଚୁଟି ର ସବୁ ପ୍ରକାର ଅସୁବିଧା କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ଜେଲ କୁ ଆପଣଙ୍କ ସାମ୍ପୁ ସହ ମିଶେଇ ଚୁଟି ରେ ଲଗାନ୍ତୁ ।

ମହିଳା ମାନଙ୍କ ନଖ ରଖିବା ଖୁବ ପସନ୍ଦ କିନ୍ତୁ କିଛି କାରଣ ରୁ ଏହା ହୋଇପାରେ ନାହିଁ । ଏହି ଜେଲ କୁ ବାଦାମ ତେଲ ସହ ମିଶାଇ ନଖ ରେ ଲଗାଇବା ଦ୍ଵାରା ନଖ ସୁନ୍ଦର ଏବଂ ମଜବୁତ ହୋଇଥାଏ । ଷ୍ଟ୍ରେଚ ମାର୍କ ଦୂର ପାଇଁ ଏହି ଜେଲ କୁ ନଡିଆ ତେଲ କିମ୍ବା ବାଦାମ ତେଲ ସହ ମିଶାଇ ଲଗାଇବା ଦ୍ୱାରା ଏହା ଠିକ ହୋଇଯାଇଥାଏ । ଫଟାଗୋଇଠି ପାଇଁ ଏହି ଜେଲ ରେ ବାଦାମ ତେଲ ସହ ମିଶେଇ ଲଗାଇବା ଦ୍ଵାରା ଗୋଡ଼ଫଟା ଠିକ ହୋଇଯାଇଥାଏ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button