ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଛତାରେ ଥିବା “ଓଡିଶାର କାଶ୍ମୀର” କୁହାଯାଉଥିବା ଦାରିଙ୍ଗବାଡି ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଥିବା ଏହାର ପରିବେଶ ଲୋକଙ୍କୁ ଆକୃଷ୍ଟ କରିଥାଏ । ଏହା ଓଡିଶାର ଏକମାତ୍ର ସ୍ଥାନ ଯେଉଁଠାରେ ଶୀତଋତୁରେ ବରଫପାତ ହୋଇଥାଏ । ରାଜ୍ୟରେ ଶୀତ ଆସିବା ମାତ୍ରେ ଏହି ହିଲ୍ ଷ୍ଟେସନରେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ଜମେ। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରୁ ୧୩୦ କି.ମି ଦୂରରେ ଅବସ୍ଥିତ ଥିବା ଦାରିଙ୍ଗବାଡିକୁ କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଏହାକୁ ଓଡ଼ିଶାର କାଶ୍ମୀର ଭାବେ ମାନାଯାଏ, କାରଣ ଶୀତଦିନେ ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ମାଇନସ୍ ୨ ଡିଗ୍ରୀ ମଧ୍ୟ ହୋଇଯାଏ । ଏବଂ ବର୍ଷସାରା ଏଠାକାର ତାପମାତ୍ରା ୧୫ରୁ ୩୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥାଏ। ଏହା ରାଜ୍ୟର ଏକମାତ୍ରା ସ୍ଥାନ, ଯେଉଁଠାରେ ଶୀତଦିନରେ ବରଫ ପଡ଼େ।
ପାଇନ୍ ଜଙ୍ଗଲ ଓ ଜଳପ୍ରପାତରେ ଭରପୁର ଏହି ମନୋରମ ସ୍ଥାନ ପ୍ରକୃତିପ୍ରେମୀଙ୍କୁ ସବୁବେଳେ ଆକର୍ଷିତ କରେ। କେବଳ ଏତିକି ନୁହେଁ, କଫି ବଗିଚା, ଘଞ୍ଚ ଜଙ୍ଗଲ, ଜଙ୍ଗଲୀ ପଶୁପକ୍ଷୀ ତଥା ସୁନ୍ଦର ଉପତ୍ୟକା ଏହାର ଅନ୍ୟତମ ଆକର୍ଷଣ। ଏଥିପାଇଁ ଏଠାରେ ଖରାଦିନ କାଟିବାକୁ ପର୍ଯ୍ୟଟକ ସବୁଠାରୁ ଅଧିକ ପସନ୍ଦ କରନ୍ତି। ଶୁଣିବାକୁ ମିଳିଥାଏ , ବ୍ରିଟିଶ ଅଫିସର୍ ଡେୟାରିଂ ସାହେବ (ଦାରିଙ୍ଗ ସାହେବ)ଙ୍କ ନାମ ଅନୁସାରେ ଏଠାକାର ନାମକରଣ କରାଯାଇଛି । ଏଠାରେ ସାଂସ୍କୃତିକ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ ଓ ପ୍ରାକୃତିକ ପର୍ଯ୍ୟଟନର ମିଶ୍ରଣ ଦେଖିବାକୁ ମିଳିଥାଏ।
୨୦୧୬ରେ ରାଜ୍ୟ ସରକାର ଏଠାରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି, ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଦାରିଙ୍ଗବାଡ଼ି ଆଖପାଖରେ ମିଦୁବାନ୍ଦା, ଲୁଦୁ ଓ ଦୁଟୁଦି ଭଳି ଜଳପ୍ରପାତ ରହିଛି, ଯାହା ଜଳପ୍ରପାତର ସୌନ୍ଦର୍ଯ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ଟାଣେ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶଯରେ ଚାରି ବର୍ଷ ତଳେ ରାଜ୍ୟ ସରକାର ଏଠାରେ ଏକ ତିନିଦିନିଆ ମହୋତ୍ସବର ଆୟୋଜନ କରିଥିଲେ, ଯେଉଁଥିରେ ଶତାଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ। ଏବେ ପର୍ଯ୍ୟଟକମାନେ, ରାଜ୍ୟ ସରକାରଙ୍କ ଦ୍ଵାରା ଏଠାରେ ଉଦ୍ଘାଟିତ କରାଯାଇଥିବା ଇକୋରିଟ୍ରିଟ୍ର ଲାଭ ମଧ୍ୟ ଉଠାଇ ପାରିବେ ।
କେମିତି ଯିବେ
ବିମାନ ମାର୍ଗରେ
ଏହାର ନିକଟତର ବିମାନ ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଯାହା ଦାରିଙ୍ଗବାଡି ଠାରୁ ୨୯୦ କି.ମି ଦୂରତାରେ ଅବସ୍ଥିତ ।
ରେଳ ମାର୍ଗରେ
ଯଦି ଆପଣ ଟ୍ରେନରେ ଯିବାକୁ ଚାହୁଁଛନ୍ତି , ତେବେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚି ଦାରିଙ୍ଗବାଡିକୁ ଯାଇ ପାରିବେ । ଏହା ଦାରିଙ୍ଗବାଡ଼ି ଠାରୁ ୧୩୦ କି.ମି ଦୂରତାରେ ଅବସ୍ଥିତ ।
ସଡ଼କ ପଥରେ
ଆପଣ ଯଦି ବସ୍ରେ ଥିବାକୁ ଚାହୁଁଛନ୍ତି, ତେବେ ଫୁଲବାଣୀକୁ ଯାଇ ସେଠାରେ ପହଞ୍ଚି ପାରିବେ । ଯାହା ଫୁଲବାଣୀ ଠାରୁ ୧୨୦ କି.ମି ଦୂରତାରେ ଅବସ୍ଥିତ । ଏହାର ନିକଟତମ ବସ୍ଷ୍ଟପ ଦାରିଙ୍ଗବାଡି ଅଟେ।