ରାଜ୍ୟ
ଛତିଶଗଡ଼ର ନାରାୟଣପୁରରେ ଏନ୍କାଉଣ୍ଟର, ୩ ମହିଳା ନକ୍ସଲ ସଫା

ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି । ନାରାୟଣପୁର ଏବଂ କାଙ୍କେର ଜିଲ୍ଲାର ସୀମାବର୍ତ୍ତୀ ମାଢ ଅଞ୍ଚଳରେ ଏନ୍କାଉଣ୍ଟର ଜାରି ରହିଛି । ଏହି ଏନ୍କାଉଣ୍ଟରରେ ୩ ଜଣ ବର୍ଦ୍ଦିଧାରୀ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଉଦ୍ଧାର କରାଯାଇଛି ।
ନାରାୟଣପୁର ଏବଂ କାଙ୍କେର ଜିଲ୍ଲାର ସୀମାବର୍ତ୍ତୀ ମାଢ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଡିଆର୍ଜି, ଏସ୍ଟିଏଫ୍ ଏବଂ ବିଏସ୍ଏଫ୍ ଟିମ୍ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ଅଭିଯାନ ବେଳେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ସକାଳୁ ହିଁ ଗୁଳି ବିନିମୟ ଚାଲିଛି । ରହି ରହି ଫାୟାରିଂ ହେଉଛି । ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି ।