ରାଜନୀତି

ମଇଦାନରେ ମୁହାଁମୁହିଁ ହେବେ ବିଜେଡି-କଂଗ୍ରେସ: ମନୋହର ବନାମ ଲିପିକା ଲଢ଼େଇ – Kalinga News

[ad_1]

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଅଭିଜ୍ଞ ବନାମ ନବାଗତ ଲଢ଼େଇକୁ ନେଇ ଚର୍ଚ୍ଚା ଜୋର୍‌ଦାର୍‌ ହୋଇଛି। ବିଜେଡିର ବିଧାୟକ ମନୋହର ରନ୍ଧାରୀ ଓ କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ ପରସ୍ପରକୁ କଡ଼ା ଟକ୍କର ଦେବା ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟପଟେ ବିଜେପିରୁ କେହି ହେଭିୱେଟ୍‌ ନେତା ନଥିବାରୁ କିଏ ପ୍ରାର୍ଥୀ ହେବେ ଦ୍ବନ୍ଦ୍ବ ରହିଛି। ଯଦିଓ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଏହି ନିର୍ବାଚନମଣ୍ଡଳୀର ବାସିନ୍ଦା, କିନ୍ତୁ ସେ ବିଧାନସଭା ପରିବ‌ର୍ତ୍ତେ ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅଧିକ ଆଗ୍ରହୀ ଥିବା ଜଣାପଡ଼ିଛି। ୨୦୦୯ ମସିହା ସୀମା ପୁନଃନିର୍ଦ୍ଧାରଣ ପରେ ଡାବୁଗାଁ ନିର୍ବାଚନମଣ୍ଡଳୀର ଭୌଗୋଳିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇଥିଲା। ସେହିବର୍ଷ ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ପ୍ରାୟ ୭ହଜାର ଭୋଟରେ ବିଜେଡି ପ୍ରାର୍ଥୀ ମୋତିରାମ ନାୟକଙ୍କୁ ପରାସ୍ତ କରିଥିଲେ। ୨୦୧୪ ନିର୍ବାଚନରେ ଭୁଜବଳ ଦ୍ବିତୀୟ ଥର‌ ମୋତିରାମଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା।

ନବରଙ୍ଗପୁରରୁ କ୍ରମାଗତ ଦୁଇଥର ବିଜୟୀ ହେବାସତ୍ତ୍ବେ ମନୋହର ରନ୍ଧାରୀଙ୍କୁ ଡାବୁଗାଁ ଆସନରେ ଲଢ଼ାଇଥିଲା। ଯାହାର ଫଳ ମଧ୍ୟ ବିଜେଡିକୁ ମିଳିଥିଲା। ବିଧାନସଭା ନିର୍ବାଚନରେ ଭୁଜବଳ ପରାସ୍ତ ହେବାପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଝିଅ ଡାକ୍ତର ଲିପିକା ମାଝୀ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ସାରା ଜିଲ୍ଲାରେ କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଯାଇଥିଲେ ସୁଦ୍ଧା ଲିପିକା ଜଣେମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବିଧାନସଭା ଆସନକୁ ପୁଣି କଂଗ୍ରେସ ଦଖଲକୁ ନେବାପାଇଁ ଲିପିକା ଉଦ୍ୟମ ଜାରି ରଖିଛନ୍ତି। ତେଣୁ କଂଗ୍ରେସ ଭୁଜବଳ କିମ୍ବା ତାଙ୍କ ଝିଅଙ୍କୁ ଟିକେଟ୍‌ ଦେବା ପ୍ରାୟ ନିଶ୍ଚିତ। ଯେହେତୁ ଭୁଜବଳ ଡିସିସି ସଭାପତି ଅଛନ୍ତି ଲିପିକା ଲଢ଼ିବା ସମ୍ଭାବନା ଅଧିକ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ଅନ୍ୟପଟେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଆସନରେ ଦ୍ବିତୀୟ ବିଜୟ ପାଇଁ କସରତ ଆରମ୍ଭ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button