ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇଛି: ପାଣ୍ଡିଆନ – Kalinga News

[ad_1]
ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ତେଜିଲା
ଭୁବନେଶ୍ବର: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡି.ଏସ୍ କୁଟ୍ଟେ ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂହଙ୍କ ଉପରେ ଭାରତ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇ ରାଜନୀତି ସରଗରମ ହୋଇଛି। ବିଜେଡି ନେତା ଭି.କେ. ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ହୋଇନପାରେ।

Sambad is now on WhatsApp
Join and get latest news updates delivered to you via WhatsApp
ପାଣ୍ଡିଆନ କହିଛନ୍ତି ଯେ ଯେଉଁ ଦୁଇ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସେମାନେ ଓଡ଼ିଶାର ଦୁଇ ଦକ୍ଷ ଓ ସଚ୍ଚୋଟ ଅଧିକାରୀ। ଓଡ଼ିଶାରେ ନକ୍ସଲବାଦ କମିବାରେ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଛତିଶଗଡ଼ରେ ଏବେ ସୁଦ୍ଧା ନକ୍ସଲବାଦ ବନ୍ଦ ହୋଇପାରୁନି, କିନ୍ତୁ ଓଡ଼ିଶାରେ ବନ୍ଦ ହୋଇଛି। ସେମାନେ ଜୀବନକୁ ବିପଦରେ ପକାଇ ନକ୍ସଲଙ୍କ ସଙ୍ଗେ ଲଢ଼ିଛନ୍ତି। ଗଜପତି, ମାଲକାନଗିରି ଜିଲ୍ଲା ହେଉ କି ଆଇଜି (ଅପରେସନ୍) ଭାବେ ଯେଉଁ କାମ କରିଥିଲେ ତାଙ୍କ ଜୀବନକୁ ବିପଦରେ ପକାଇଥିଲେ। ସେତିକି କାମ କରିଥିବା ଲୋକଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ମୁଁ ଭାବୁଛି। ଏହା ଠିକ୍ କଥା ନୁହେଁ। ନିଜର ନିଷ୍ଠା, ସଂକଳ୍ପ ଓ ତ୍ୟାଗ ପାଇଁ ସେମାନେ ଦେଶର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ହେଲେ ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି ସେଇଟା ହେଉଛି। ଏଇଟା ଦୁଃଖର କଥା। ମୁଖ୍ୟମନ୍ତ୍ରୀ କି ବିଜେଡିର ନେତୃମଣ୍ଡଳୀ କେବେବି ଅଫିସରମାନଙ୍କୁ କୌଣସି ନିର୍ବାଚନ ପ୍ରକ୍ରିୟାରେ ବ୍ୟବହାର କରୁନାହାନ୍ତି। ବିଜେଡି ବହୁତ ଶକ୍ତିଶାଳୀ ଅଛି। ଆମର ୧କୋଟି ସଦସ୍ୟ ଅଛନ୍ତି। ଆମର ଆଉ କିଛି ଦରକାର ନାହିଁ, ବିଜେପିକୁ ଦରକାର ପଡ଼ିପାରେ ବୋଲି ପାଣ୍ଡିଆନ କହିଛନ୍ତି।
ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ତେଜିଲା
ଇସିଆଇଙ୍କୁ ବିଜେପି ବ୍ୟବହାର କରୁଛି: ବିଜେଡି
ସେହିପରି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଓ ମୁଖପାତ୍ର ଲେନିନ୍ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିେଜପି ନେତା ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟମାନେ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଏବଂ ଅନ୍ୟ ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏମ୍ସ ଦ୍ବାରା ଡାକ୍ତରୀ ପରୀକ୍ଷା କରାଇବାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଯାହା ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତି ସେମାନଙ୍କ ମନରେ ଥିବା କିଞ୍ଚିତ ସମ୍ମାନକୁ ଦର୍ଶାଉଛି। ଓଡ଼ିଶା ବିଜେପି ନେତାଙ୍କ ଏଭଳି ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଦୁର୍ଭାଗ୍ୟଜନକ ଯେ ବିଜେପି ନିର୍ବାଚନରେ ବିଜେଡି ସହ ଲଢ଼ିବା ପରିବର୍ତ୍ତେ ନିର୍ବାଚନ କମିସନଙ୍କୁ ବ୍ୟବହାର କରି ଅଧିକାରୀଙ୍କ ପଛରେ ପଡ଼ିଛି। ଏଥିରୁ ଜଣାପଡ଼ୁଛି ବିଜେଡି ସହ ଲଢ଼ିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନାହିଁ। ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ନିର୍ବାଚନ ସହିତ କୌଣସି ସମ୍ପର୍କ ନଥିବା ଅଧିକାରୀଙ୍କୁ ଟାର୍ଗେଟ୍ କରିବା ପରିବର୍ତ୍ତେ କିଛି ସାହାସ ରଖନ୍ତୁ ଏବଂ ଆମ ସହ ଲଢ଼େଇ କରନ୍ତୁ।
ସେମାନେ ଆହୁରି କହିଛନ୍ତି ଯେ ବିନୟ ପ୍ରଧାନଙ୍କ ଭଳି ଆଇଏଫ୍ଏସ୍ ଅଧିକାରୀଙ୍କର ସଂପୃକ୍ତି ବିଷୟରେ ଆମେ ଅନେକ ଦାବିପତ୍ର ପ୍ରଦାନ କରିଥିଲୁ। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିରୁ ଜଣାପଡ଼ୁଛି ଯେ ଇସିଆଇଙ୍କୁ ବିଜେପି ବ୍ୟବହାର କରୁଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ଅଧିକାରୀଙ୍କୁ ଟାର୍ଗେଟ୍ କରି ପଛ ଦ୍ବାର ଦେଇ ଯିବାକୁ େଚଷ୍ଟା କରିବା ପରିବର୍ତ୍ତେ ଆମ ସହ ଲଢ଼େଇ କରନ୍ତୁ। ଓଡ଼ିଶାବାସୀ ଏହାକୁ ଦେଖୁଛନ୍ତି। ନିର୍ବାଚନରେ ବିଜେପିକୁ ଏହାର କଡ଼ା ଜବାବ୍ ଦେବେ।
[ad_2]