ଖେଳ ଖବର

ଆର୍‌ସିବି ଶିବିରରେ କୋହଲି – Kalinga News

[ad_1]

ନୂଆଦିଲ୍ଲୀ: ରନ୍ ମେସିନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ସୋମବାର ଆର୍‌ସିବି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। କୋହଲିଙ୍କ ଫଟୋ ‘ଏକ୍ସ’ରେ ପ୍ରକାଶ କରି ଆର୍‌ସିବି ଏହି ସୂଚନା ଦେଇଛି। ପ୍ରଶଂସକଙ୍କ ଆତୁରତାକୁ ବଢ଼ାଇବାକୁ ଯାଇ ଦଳ ଏହା ତଳେ ଲେଖିଛି ଯେ ବହୁତ କିଛି ବହୁତ କମ୍ ସମୟ ଭିତରେ ଘଟି ଯାଉଛି, ଆମେ କିନ୍ତୁ ଶିଥିଳ ପଡ଼ୁନୁ। ସେ କ’ଣ ଏଠାରେ ପହଞ୍ଚି ଗଲେ କି? ଏହା ପୂର୍ବରୁ କୋହଲି ରବିବାର ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲେ। ସେତେବେଳେ ସେ ଧଳା ଟି-ସାର୍ଟ ପିନ୍ଧିଥିଲେ ଏବଂ ଏଥିରେ ବଡ଼ ବଡ଼ ଅକ୍ଷରରେ ‘ଡାଡି’ ବୋଲି ଲେଖା ଯାଇଥିଲା। ସଂଯୋଗବଶତଃ ପୁଅ ଅକାୟର ଜନ୍ମ ପାଇଁ କୋହଲି ବିଗତ କିଛି ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button