ଅପରାଧ

କଲେଜ ସାମ୍ନାରେ ବିଶ୍ରାମ ନେଉଥିବା ଅଧ୍ୟାପକଙ୍କ ପୁଲିସ ଗୁଳିରେ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଲିସ ଗୁଳିରେ କଲେଜ ସାମ୍ନାରେ ବିଶ୍ରାମ ନେଉଥିବା ଜଣେ ଅଧ୍ୟାପକଙ୍କ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାମ ଧର୍ମେନ୍ଦ୍ର କୁମାର ଥିବା ବେଳେ ହତ୍ୟାକାରୀ ପୁଲିସର ନାମ ଚନ୍ଦ୍ରପ୍ରକାଶ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ତାରିଖରେ ଏକଦଳ ବାରାଣାସୀରୁ ବାହାରି ଉତ୍ତରପ୍ରଦେଶ ବୋର୍ଡ ହାଇସ୍କୁଲ ପରୀକ୍ଷା ଖାତା ନେଇ ଜନପଦସ୍ଥିତ ଏକ କଲେଜରେ ଜମା କରିବାକୁ ବାହାରିଥିଲେ। ଏହି ଦଳରେ ଅଧ୍ୟାପକ ଧର୍ମେନ୍ଦ୍ର କୁମାର, ସନ୍ତୋଷ କୁମାର ଓ ପୁଲିସ ଗାର୍ଡରେ ସବଇନ୍ସପେକ୍ଟର ନାଗୋନ୍ଦ୍ର ଚୌହ୍ବାନ, ମୁଖ୍ୟ କନଷ୍ଟେବଳ ଚନ୍ଦ୍ର ପ୍ରକାଶ ସହିତ ଦୁଇଜଣ ଚତୁର୍ଥ‌ଶ୍ରେଣୀ କର୍ମଚାରୀ ଚିତେନ୍ଦ୍ର ମୌର୍ଯ୍ୟ ଓ କୃଷ୍ଣା ପ୍ରତାପ ସାମିଲ ଥିଲେ।

ଏହି ଦଳ ନିଶ୍ଚିତ ହୋଇଥିବା ସ୍ଥାନମାନଙ୍କରେ ପରୀକ୍ଷାଖାତା ପହଞ୍ଚାଇ ‌‌ଶେଷରେ ମୁଜଫରନଗର ଜନପଦର ସିଭିଲ ଲାଇନ ଥାନା ଅଞ୍ଚଳସ୍ଥ ଏସଡ଼ି ଇଣ୍ଟର କଲେଜରେ ପହଞ୍ଚିଥିଲେ। କିନ୍ତୁ କଲେଜର ଗେଟ ବନ୍ଦ ଥିବାରୁ ଟିମ ରାତିରେ ଗାଡ଼ିରେ ବିଶ୍ରାମ ନେଇଥିଲେ।

ଏହି ସମୟରେ ମୁଖ୍ୟ କନଷ୍ଟେବଳ ଚନ୍ଦ୍ରପ୍ରକାଶ ଅଧ୍ୟାପକ ଧର୍ମେନ୍ଦ୍ରଙ୍କୁ ତମାଖୁ ମାଗିଥିଲେ। କିନ୍ତୁ ଧର୍ମେନ୍ଦ୍ର ଦେଇ ନଥିଲେ ଏହି କାରଣକୁ କେନ୍ଦ୍ର କରି ଚନ୍ଦ୍ରପ୍ରକାଶ ଧର୍ମେନ୍ଦ୍ରଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ର ଶିକାର ହେବାପରେ ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ।

ଏହି ଘଟଣାର ତଦନ୍ତ କରି ପୁଲିସ ସଙ୍ଗେସଙ୍ଗେ ଅଧ୍ୟାପକଙ୍କ ହତ୍ୟାକାରୀ ଚନ୍ଦ୍ରପ୍ରକାଶଙ୍କୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button