ଖେଳ ଖବର

ଆରସିବିର ମହିଳା ଟିମ୍ ଜିତିବା ପରେ ବିଜୟ ମାଲ୍ୟା କଲେ ଏଭଳି ପୋଷ୍ଟ – Kalinga News

[ad_1]

ନୂଆଦିଲ୍ଲୀ: ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୨୦୨୪ରେ ପ୍ରଥମ ଟ୍ରଫି ଜିତିବାରୁ ଲୋକେ ଏଭଳି କହିବା ଆରମ୍ଭ କରିଛନ୍ତି । ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍‌) ଫାଇନାଲ୍‌ ଖେଳି ଟ୍ରଫି ଜିତି ନେଇଛି ଆର୍‌ସିବିର ମହିଳା ଦଳ। ଫଳରେ ପ୍ରଶଂସକଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି।

ତେବେ ଆରସିବିର ମହିଳା ଟିମ୍ ଟ୍ରଫି ହାତେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଟିମ୍ ଉପରେ ରହିଛି। ଏପର୍ଯ୍ୟନ୍ତ ପୁରୁଷ ଟିମ୍ ଟ୍ରଫି ଜିତିପାରିନଥିବାରୁ ବିରାଟ ଚଳିତ ଆଇପିଏଲରେ କମାଲ କରିପାରୁଛନ୍ତି କି ନାହିଁ, ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି। ଏମଧ୍ୟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, “ଡବ୍ଲୁପିଏଲ୍ ଜିତିଥିବା ଆରସିବି ମହିଳା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ଯଦି ଆରସିବି ପୁରୁଷ ଦଳ ଆଇପିଏଲ ଜିତେ, ତେବେ ଖୁସି ଦ୍ୱିଗୁଣ ହେବ। ଶୁଭକାମନା।”

ତେବେ ରବିବାର ବହୁ ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଆର୍‌ସିବି ପ୍ରଥମେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୧୩ ରନ୍‌ରେ ଅଟକାଇ ଦେଇଥିଲା। ପରେ ମାତ୍ର ୨ ୱିକେଟ୍ ହରାଇ ୧୧୪ ରନ୍‌ର ଲକ୍ଷ୍ୟକୁ ସହଜରେ ହାସଲ କରିବା ସହ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ରେ ଝୁଣ୍ଟି ଉପବି‌ଜେତାରେ ସନ୍ତୁଷ୍ଟ ରହିଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କ୍ରିକେଟ୍‌ର ଅନ୍ୟତମ ଗ୍ଲାମର୍ ଗର୍ଲ ଏଲିସ୍ ପେରି ଆର୍‌ସିବିକୁ ଜିତାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button