ଦେଶ- ବିଦେଶ

ବିଜେପିରେ ଯୋଗ ଦେଲେ କମଳନାଥଙ୍କ ଘନିଷ୍ଠ ସହଯୋଗୀ ଏବଂ ଅନ୍ୟ କଂଗ୍ରେସ ନେତା – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ଘନିଷ୍ଠ ସହଯୋଗୀ ଏବଂ ଅନ୍ୟ କିଛି କାର୍ଯ୍ୟକର୍ତ୍ତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଏସପି (ବହୁଜନ ସମାଜ ପାର୍ଟି)ର ରାଜ୍ୟ ପ୍ରଭାରୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ରାଜ୍ୟର ବିଜେପି ମୁଖ୍ୟ ଭିଡି ଶର୍ମାଙ୍କ ଉପସ୍ଥିତିରେ ଆଜି ଏହି ମିଶ୍ରଣ ପର୍ବ ହୋଇଥିଲା। ପୂର୍ବତନ କଂଗ୍ରେସ ମୁଖପାତ୍ର ସୟଦ ଜାଫର ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜାଫର ହେଉଛନ୍ତି ଛିଣ୍ଡୱାଡ଼ା ବାସିନ୍ଦା। ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କର ଜଣେ ଘନିଷ୍ଠ ସହଯୋଗୀ। ତାଙ୍କ ପ୍ରୋଫାଇଲ ଅନୁଯାୟୀ ସେ ଏବେ ମଧ୍ୟପ୍ରଦେଶ କଂଗ୍ରେସ ସାଧାରଣ ସଚିବ ପଦବୀରେ ଅଛନ୍ତି। ତେବେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ କେକେ ମିଶ୍ର କହିଛନ୍ତି, ଜାଫର ଏବେ ଦଳରେ କୌଣସି ପଦବି ପାଇନାହାନ୍ତି। ତେବେ କମଳନାଥ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚଳିତ ମାସ ଆରମ୍ଭରେ ଆକଳନ କରାଯାଇଥିଲା। କିନ୍ତୁ କମଳନାଥ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button