ରାଜନୀତି

ଟ୍ରମ୍ପ୍‌ଙ୍କ ଧମକ: ମୁଁ ନିର୍ବାଚିତ ନହେଲେ ରକ୍ତପାତ ହେବ, ଗଣତନ୍ତ୍ର ଶେଷ ହୋଇଯିବ – Kalinga News

[ad_1]

ଟ୍ରମ୍ପ୍‌ ମାନସିକ ଦୃଷ୍ଟିରୁ ଅଯୋଗ୍ୟ : ବାଇଡେନ

ୱାସିଂଟନ: ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ। ୨୦୨୦ ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ତାଙ୍କର ପରାଜୟ କେବଳ ନିର୍ବାଚନ ଜାଲିଆତିର ପରିଣାମ ବୋଲି ଟ୍ରମ୍ପ୍ କହିଛନ୍ତି। ଡେଟନ୍‌ରେ ଏକ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଯଦି ଆମେ ଏହି ନିର୍ବାଚନରେ ବିଜୟୀ ନହେବା ତା’ହେଲେ ବହୁତ ବଡ଼ ଅନର୍ଥ ଦେଶରେ ଘଟିବ। ଦେଶରେ ଆଉ ଏକ ନିର୍ବାଚନ ସମ୍ଭବ ହେବନାହିଁ ଏବଂ ଗଣତନ୍ତ୍ର ଶେଷ ହୋଇଯିବ।

ଏହି ବୟାନକୁ ନେଇ ବିବାଦ ବଢ଼ିବା ପରେ ଟ୍ରମ୍ପ୍‌ ତାଙ୍କ ସଫେଇରେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ଦେଶର ଯାନବାହନ ଉଦ୍ୟେଗ, ଟିକସ ସଂସ୍କାର ଏବଂ ଏ ସଂକ୍ରାନ୍ତ ସମସ୍ୟାକୁ ନେଇ ରହିଥିଲା। ଏହାକୁ ଭିନ୍ନ ଅର୍ଥରେ ଗ୍ରହଣ କରାନଯାଉ ବୋଲି ସେ କହିଛନ୍ତି। ୨୦୨୧ ଜାନୁଆରି ୬ ତାରିଖରେ ୟୁଏସ୍ କ୍ୟାପିଟଲରେ ଦଙ୍ଗା ପାଇଁ ଜେଲରେ ଥିବା ତାଙ୍କ ସମର୍ଥକମାନଙ୍କୁ ଟ୍ରମ୍ପ୍‌ ଅାଶ୍ବସ୍ତ କରି କହିଥିଲେ ଯେ ସେମାନେ ଦେଶ ସ୍ବାର୍ଥ ପାଇଁ ବିରୋଧ ପ୍ରଦର୍ଶନ କରି ଦଣ୍ଡିତ ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ବୟାନକୁ ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ ଅଧିକ ବୟସ୍କ ଏବଂ ମାନସିକ ଦୃଷ୍ଟିରୁ ଅଯୋଗ୍ୟ ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button