ରାଜନୀତି

ଗଣତି ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ସଂଶୋଧନ: ଅରୁଣାଚଳ ଓ ସିକିମରେ ଭୋଟ୍ ଗଣତି ଜୁନ୍ ୨ରେ – Kalinga News

[ad_1]

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନରେ ହୋଇଥିବା ଭୋଟ୍ ଗଣତିକୁ ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍‌ ୨ ତାରିଖରେ କରାଯିବ। ଆଜି ନିର୍ବାଚନ କମିସନ ଏ ସଂକ୍ରାନ୍ତ ସଂଶୋଧନ ସଂପର୍କରେ ଘୋଷଣା କରିଛନ୍ତି। ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଜୁନ୍ ୨ତାରିଖରେ ଶେଷ ହେଉଥିବାରୁ ଏହି ଦୁଇ ରାଜ୍ୟର ଗଣତି ତାରିଖରେ ସଂଶୋଧନ କରାଯାଇଛି। ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରାଯିବା ପାଇଁ ସମ୍ବିଧାନର ଧାରା ୩୨୪, ୧୭୨(୧) ଏବଂ ଜନ ପ୍ରତିନିଧି ଆଇନ-୧୯୫୧ ଧାରା ୧୫ ଅନୁଯାୟୀ ଅତ୍ୟାବଶ୍ୟକ ହୋଇଥାଏ। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେଲେ ଅରୁଣାଚଳ ଓ ସିକିମରେ ଦୁଇ ଦିନ ପାଇଁ ନିର୍ବାଚିତ ବିଧାନସଭା ରହିବ ନାହିଁ। ଏହାକୁ ଏଡ଼ାଇବା ପାଇଁ ଜୁନ୍ ୨ ତାରିଖରେ ହିଁ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି। ଯାହାଫଳରେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ବେଳକୁ ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଯିବ। ତେବେ ଏହି ଦୁଇ ରାଜ୍ୟର ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଏପ୍ରିଲ ୧୯ରୁ ଦେଶର ୫୪୩ ଲୋକସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି। ୭ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ରେ ଅରୁଣାଚଳର ଦୁଇଟି ଲୋକସଭା ଆସନ ଏବଂ ସିକିମର ଗୋଟିଏ ଲୋକସଭା ଆସନରେ ମତଦାନ ହେବ। ଏଥିସହିତ ସେମାନେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଦେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button