ରାଜନୀତି

ଘସିପୁରା ବ୍ୟତୀତ ଅନ୍ୟ ସବୁଠି ବିଜେପି ଚୁପ୍‌: ବିଜେଡିରେ ନିରବତା – Kalinga News

[ad_1]

କେନ୍ଦୁଝର: ମେଣ୍ଟ ଚର୍ଚ୍ଚା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଉଭୟ ବିଜେଡି ଓ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଏହି ସମୟରେ ନିର୍ବାଚନ ପାଇଁ ସଭାସମିତି ଓ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ପିବା କଥା। ହେଲେ ସେମିତି କିଛି ଦେଖିବାକୁ ମିଳୁନି। ଜିଲ୍ଲାରେ କଂଗ୍ରେସ ଓ ବିଜେପି କାଁଭାଁ ସଭାସମିତି କରୁଥିବା ବେଳେ ବିଜେଡି ଶିବିରରେ ନିରବତା ଦେଖିବାକୁ ମିଳୁଛି।

କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେନ୍ଦୁଝରକୁ ଛାଡ଼ିଦେଲେ ଅନ୍ୟ ୫ଟିରେ ବିଜେଡି ବିଧାୟକ ଅଛନ୍ତି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ନିଜ ଦବ୍‌ଦବା ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଦଳ ପକ୍ଷରୁ କିଛିଦିନ ଧରି ଜୋରଦାର ସଭାସମିତି, ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ କରାଯାଉଥିଲା। ପର୍ଯ୍ୟବେକ୍ଷକମାନେ ଆସି ନିର୍ବାଚନମଣ୍ଡଳୀରେ କର୍ମୀ ଓ ନେତାଙ୍କ ସହ ବିଚାର ଆଲୋଚନା କରୁଥିଲେ। ହେଲେ ୧୦ ଦିନରୁ ଊର୍ଦ୍ଧ୍ବ ହେବ ବିଜେଡି ଶିବିରରେ ନିରବତା ଦେଖିବାକୁ ମିଳିଛି। ମେଣ୍ଟ ହେଲେ କେଉଁ ଆସନ କାହା ଭାଗରେ ପଡ଼ିବ ତାହାକୁ ଜିଲ୍ଲା ନେତାମାନେ ଆକଳନ କରିପାରୁ ନାହାନ୍ତି। ରାଜ‌ନୈତିକ ଚର୍ଚ୍ଚା ଅନୁସାରେ, କେନ୍ଦୁଝରର ଦୁଇରୁ ତିନିଟି ନିର୍ବାଚନମଣ୍ଡଳୀ ବିଜେପି ଭାଗରେ ପଡ଼ିପାରେ। ଏହି କାରଣରୁ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ପ୍ରସାର ଠାରୁ ଦୂରେଇ ଯାଇଛନ୍ତି।

ପାଟଣା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଜଗନ୍ନାଥ ନାଏକ ନିୟମିତ ସଭାସମତି ଓ କର୍ମୀ ସମ୍ମିଳନୀ କରୁଥିଲେ। ଏବେ କିନ୍ତୁ ମେଣ୍ଟ ଚର୍ଚ୍ଚା ଯେତିକି ଜମୁଛି, ଜଗନ୍ନାଥଙ୍କ ରାଜନେତିକ ଗତିବିଧି ସେତିକି ଅଧିକ ଧିମେଇ ଯାଇଛି। ବିଭିନ୍ନ ସମୟରେ ଟିଭିରେ ଆସୁଥିବା ବ୍ରେକିଂ ନିଉଜ୍‌ ନେତାଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଉଛି। କେନ୍ଦୁଝର ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରମୁଖ ଟିକଟ ଆଶାୟୀ ଥିଲେ ମାଧବ ସର୍ଦ୍ଦାର ଓ ମୀନା ମାଝୀ। ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଏବେ କ’ଣ କରିବେ ସେମାନେ କିଛି ସ୍ଥିର କରିପାରୁ ନାହାନ୍ତି। ତେଲକୋଇ ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ଅବସ୍ଥା। କିଛିଦିନ ତଳେ ଦଳର ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛ‌ାଟୋଇ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଆସି ବିଭିନ୍ନ ବ୍ଲକ୍‌ରେ ବୈଠକ କରୁଥିଲେ। ଏବେ ଆଉ କାହାରି ଦେଖାନାହିଁ। ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ଉତ୍ସ‌ାହ କମିବାରେ ଲାଗିଛି। ଆନନ୍ଦପୁର ଓ ଚମ୍ପୁଆରେ ସମାନ ଅବସ୍ଥା। ତେବେ ଘସିପୁରାରେ ସ୍ଥିତି ସାମାନ୍ୟ ଭିନ୍ନ ରହିଛି। ଏଠାକାର ବିଧାୟକ ବଦ୍ରିନାରାୟଣ ପାତ୍ର କିଛି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ବି କୌଣସି ବଡ଼ ସଭା ଆୟୋଜନ ହେଉନି। ଅନ୍ୟପକ୍ଷରେ ବିଜେପିର ବିଭିନ୍ନ ଗୋଷ୍ଠୀ କିନ୍ତୁ ସେମାନଙ୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେପିର ଟିକେଟ୍‌ ଆଶାୟୀ ଯଜ୍ଞପ୍ରସାଦ ସାହୁ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିଛନ୍ତି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ଜନସଂପର୍କ ପଦଯାତ୍ରା କରି ଲୋକଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲା ବିଜେପି ବୁଦ୍ଧିଜୀବୀ ସେଲ୍‌ ସଂଯୋଜକ ଶମ୍ଭୁନାଥ ସାହୁ ମଧ୍ୟ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button