ରାଜନୀତି

ଜଟଣୀରେ ପୁଣି ବିଶ୍ୱରଞ୍ଜନଙ୍କୁ ଟିକେଟ: ଅସନ୍ତୁଷ୍ଟଙ୍କ ଉପରେ ନଜର – Kalinga News

[ad_1]

ଜଟଣୀ: ବିଜେପି ଜଟଣୀ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନାମ ଘୋଷଣା କରିଛି। ଗତ ନିର୍ବାଚନରେ ବିଶ୍ବରଞ୍ଜନ ବିଜେପିର ପ୍ରାର୍ଥୀ ହୋଇଥିଲେ। ତେବେ ସେ ତୃତୀୟ ସ୍ଥାନରେ ଥିଲେ। ଏଥର ପୁଣି ତାଙ୍କୁ ଦଳ ଭରସା କରିଛି। ଆଜି ପ୍ରାର୍ଥୀ ଘୋଷଣା ପରେ ସେ ତାଙ୍କ ରଣନୀତି ଆରମ୍ଭ କରିଦେଇଛନ୍ତି। ତେବେ ବିଜେପିର ଅନ୍ୟ ଆଶାୟୀମାନଙ୍କୁ ଦଳ କିପରି ବୁଝାସୁଝା କରି ମନାଉଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ଜଟଣୀରେ ବିଜେଡିର ପ୍ରାର୍ଥୀ ଭାବେ ବିଭୂତି ବଳବନ୍ତରାୟଙ୍କ ନାମ ଘୋଷଣା ହୋଇସାରିଛି। ଏଠାରେ ବର୍ତ୍ତମାନର ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ସ୍ବାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। କେବଳ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ବାକି ଅଛି। ତେଣୁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଲଢ଼େଇର ଚିତ୍ର ସ୍ପଷ୍ଟହେବ। ବିଜେପିରେ ମିଶିଥିବା ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ତୋଷ ଜେନାଙ୍କୁ ଟିକେଟ ନ ମିଳିବାରୁ ତାଙ୍କର ଗତିବିଧି ଉପରେ ବିଜେପି ନେତୃତ୍ବଙ୍କ ନଜର ରହିଛି। ତିନି ଦିନ ପୂର୍ବେ ବହୁ ସମର୍ଥକଙ୍କୁ ଧରି ଶ୍ରୀ ଜେନା ବିଜେପିରେ ମିଶିଥିଲେ। ଦଳ ପକ୍ଷରୁ ଟିକେଟ ମିଳିବାର ଦୃଢ଼ ପ୍ରତିଶ୍ରୁତି ପାଇଥିବା ଶ୍ରୀ ଜେନା କହି ଆସୁଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ସେ ନିରାଶ ହୋଇଛନ୍ତି। ଫଳରେ ତାଙ୍କ ସମର୍ଥକମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଆଗକୁ ଶ୍ରୀ ଜେନା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ଜେନା କହିଛନ୍ତି, ‘‘ଦଳ ଡାକିଥିଲା, ବିଜେପିରେ ମିଶିଥିଲି। ଟିକେଟ ମିଳିଲା ନାହିଁ। ତେଣୁ ସମର୍ଥକମାନଙ୍କୁ ନେଇ ଏକ ବୈଠକ ଡକାଯାଇଛି। ସେମାନେ ଯଦି କହିବେ ଲଢ଼ିବା ପାଇଁ, ଲଢ଼ିବି। ମନାକଲେ ଲଢ଼ିବି ନାହିଁ। କିନ୍ତୁ ଏବେ ଦଳରେ ଅଛି।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button