ହାତ ମିଳାଇଲେ ରାହୁଲ ଓ ମୋଦୀ: ବାଚସ୍ପତିଙ୍କୁ ଆଗକୁ ସୁଯୋଗ ଦେବାକୁ କହିଲେ କଂଗ୍ରେସ ନେତା – Kalinga News

[ad_1]
ନୂଆଦିଲ୍ଲୀ: ବିରୋଧୀଦଳର ନେତା ହେବାକୁ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ନୂତନ ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହେବା ଅବସରରେ ପରସ୍ପରଙ୍କ ସହ ହାତ ମିଳାଇଛନ୍ତି। ସେମାନେ ପରସ୍ପରଙ୍କ ସହ ହାତ ମିଳାଇ ୧୮ତମ ଲୋକସଭାର ଏକ ନୂତନ ଅଧ୍ୟାୟକୁ ବାଚସ୍ପତିଙ୍କୁ ସ୍ବାଗତ ଜଣାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ଗାନ୍ଧୀ ହେଉଛନ୍ତି ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ଯିଏକି ବିରୋଧୀ ଦଳର ନେତା ପଦ ଗ୍ରହଣ କରିବାକୁ ଯାଉଛନ୍ତି। ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେବା କରିଥିବା ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ୧୯୮୯ ମସିହାରୁ ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିବା ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରିଛନ୍ତି।
ବିରୋଧୀ ଦଳ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବରେ ଉପସ୍ଥାପନ କରିଥିଲା। ଶେଷରେ ଓମ୍ ବିର୍ଲା ଦ୍ବିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।
ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘‘ଦ୍ୱିତୀୟ ଥର ପାଇଁ ଆପଣ ଏହି ଆସନକୁ ନିର୍ବାଚିତ ହୋଇଛନ୍ତି। ମୁଁ ଗୃହ ତରଫରୁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ପାଞ୍ଚ ବର୍ଷ ପାଇଁ ଆପଣଙ୍କ ମାର୍ଗଦର୍ଶନରେ ଚାଲିବୁ। ଆପଣଙ୍କର ମଧୁର ହସ ସମଗ୍ର ଗୃହରେ ଖୁସି ଭରିଦେଉ।’’
ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ‘‘ମୁଁ ସମଗ୍ର ବିରୋଧୀ ତଥା ଇଣ୍ଡିଆ ମେଣ୍ଟ ତରଫରୁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ସରକାରଙ୍କା ରାଜନୈତିକ ଶକ୍ତି ଥାଇପାରେ, କିନ୍ତୁ ବିରୋଧୀ ମଧ୍ୟ ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରନ୍ତି। ବିରୋଧୀମାନେ ଆପଣଙ୍କ ସହଯୋଗ ଚାହାଁନ୍ତି। ମୁଁ ନିଶ୍ଚିତ ଯେ ଆପଣ ଆମକୁ ଗୃହରେ କଥା ହେବାକୁ ଅନୁମତି ଦେବବେ।”
[ad_2]