ଖେଳ ଖବର

ଭୁବନେଶ୍ବରରେ ଅଭ୍ୟାସରତ ଭାରତୀୟ ହକି ଦଳ: ଅଲିମ୍ପିକ୍ସ ପାଇଁ ଅପ୍‌ଟନ୍‌ ମାନସିକ ସୁସ୍ଥତା ପ୍ରଶିକ୍ଷକ – Kalinga News

[ad_1]

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ସହାୟତା ଯୋଗାଇ ଦେବାକୁ ଦକ୍ଷିଣ ଆଫ୍ରିକାର ମାନସିକ ସୁସ୍ଥତା ପ୍ରଶିକ୍ଷକ ପ୍ୟାଡି ଅପ୍‌ଟନ୍‌ଙ୍କୁ ନିଯୁକ୍ତି ଦେଇଛି ହକି ଇଣ୍ଡିଆ। ଅପ୍‌ଟନ୍‌ ୨୦୧୧ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ମାନସିକ ସୁସ୍ଥତା ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ଏଥିସହିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ଓ ଏସୀୟ କ୍ରୀଡ଼ାରେ ମଧ୍ୟ ‌ଅପ୍‌ଟନ୍‌ ଭାରତୀୟ ହକି ଦଳ ସହିତ ନିୟୋଜିତ ଥିଲେ। ଅଲିମ୍ପିକ୍ସରେ ମଧ୍ୟ ସେ ଦଳ ସହିତ ରହିବେ ବୋଲି ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲଟନ୍‌ ଜଣାଇଛନ୍ତି। ଏଥିପୂର୍ବରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟେଷ୍ଟ୍‌ ଶୃଙ୍ଖଳାରେ ମଧ୍ୟ ଭାରତୀୟ ଦଳ ସହ ରହିବେ ବୋଲି ଫୁଲଟନ୍‌ ସୂଚନା ଦେଇଛନ୍ତି।

ଭାରତୀୟ ହକି ଦଳ ସଂପ୍ରତି ଭୁବନେଶ୍ବରରେ ଅଭ୍ୟାସ କରୁଛି। ଏହା ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଠାରୁ ଦଳ ସିଧାସଳଖ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆରୁ ଦଳ ବେଙ୍ଗାଲୁରୁ ଫେରିବ। ଦଳର ଚୟନ ହେବା ପରେ ପୁଣି ଥରେ ପ୍ରୋ ଲିଗ୍‌ ପାଇଁ ଭାରତୀୟ ଦଳ ଚାଲିଯିବ। ତେଣୁ ଏବେ ଦଳ ପ୍ରଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେଉଛି। ଆମର ରକ୍ଷଣଭାଗକୁ ଅଧିକ ମଜବୁତ୍‌ କରିବାକୁ ଚେଷ୍ଟା ଜାରି ରହିଛି। ଯଦିଓ ଆମେ ବଡ଼ ଧରଣର ପରିବର୍ତ୍ତନ କରୁନାହୁଁ, ତଥାପି ଅଧିକ ସ୍ଥିର ପ୍ରଦର୍ଶନ ଦେବା ସହ ଖେଳାଳିମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାକୁ ଗୁରୁତ୍ବ ଦିଆଯାଉଥିବା ଫୁଲ୍‌ଟନ୍‌ କହିଛନ୍ତି।

ଏକ ସାକ୍ଷାତକାରରେ ଫୁଲଟନ୍‌ କହିଛନ୍ତି, ଭାରତୀୟ ଦଳ ଏବେ ଉନ୍ନତି ପର୍ଯ୍ୟାୟରେ ଅଛି। ଆମେ ବିଭିନ୍ନ ସ୍ଥାନରେ ଖେଳାଳିଙ୍କୁ ପାରଙ୍ଗମ କରିବାକୁ ଚେଷ୍ଟା ଜାରି ରଖିଛୁ। ତେଣୁ ଏପରି କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। କାରଣ ଅଲିମ୍ପିକ୍ସରେ ଦଳକୁ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭୁବନେଶ୍ବର ଓ ରାଉରକେଲାରେ ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଫୁଲଟନ୍‌ କହିଛନ୍ତି, ‘‘ଯଦି ଆମେ ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌କୁ ଦେଖିବା, ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ଆମକୁ ନିରାଶ କରିଛି। ଖେଳ ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ଆମେ ୨-୧ରେ ଅଗ୍ରଣୀ ଥିଲୁ। ଏହାପରେ ଆମେ ତ୍ରୁଟି କରିବାରୁ ଦଳକୁ ଦଣ୍ଡିତ ହେବାକୁ ପଡ଼ିଥିଲା ଓ ସୁଟ୍‌ଆଉଟ୍‌ରେ ଆମେ ପରାଜିତ ହୋଇଥିଲୁ। କିନ୍ତୁ ପ୍ରଥମ ମ୍ୟାଚ୍‌ ବହୁତ ଭଲ ଥିଲା। ଆମ ତ୍ରୁଟିରୁ ଆମେ ଶିକ୍ଷାଲାଭ କରିଥିଲୁ। କିନ୍ତୁ ୯୦ ସେକେଣ୍ଡ ପରେ ଆମେ ୦-୨ରେ ପଛରେ ପଡ଼ିଯାଇଥିଲୁ। ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ସଂଗଠିତ ହୋଇପାରିଥିଲା। ୨-୨ ଫଳାଫଳ ଉଭୟଙ୍କ ପାଇଁ ଭଲ ଥିଲା। ସେମାନେ ଲିଗ୍‌ ପର୍ଯ୍ୟାୟର ଶୀର୍ଷ ଦଳ ଏବଂ ବର୍ତ୍ତମାନ ସମୟରେ ସେମାନଙ୍କୁ ପଛରେ ପକାଇବା ଆମର ଲକ୍ଷ୍ୟ ରହିଛି।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button